ହସ୍ପିଟାଲ୍‌ରେ ଖୁସିରେ କାନ୍ଦି ପକାଇଲେ କର୍କଟ ଚିକିତ୍ସିତ ୧୧ ବର୍ଷୀୟ ବାଳକ, ଭିଡିଓ ଭାଇରାଲ୍‌

ଭାଇରାଲ୍‌ ଭିଡିଓ: ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ଏକ ଅତ୍ୟନ୍ତ ଭାବପ୍ରବଣ ଭରା ଭିଡିଓ। ନିଜର କର୍କଟ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଥିବା ୧୧ ବର୍ଷୀୟ ବାଳକ ଜଷ୍ଟିନ୍‌ଙ୍କର ଯେତେବେଳେ ହସ୍ପିଟାଲ୍‌ କର୍ମଚାରୀମାନେ ଜନ୍ମଦିନ ପାଳନ କଲେ ସେତେବେଳେ ଖୁସିରେ କାନ୍ଦି ପକାଇଲେ ଏହି ବାଳକ ଜଣକ। କୁନି ବାଳକଟିକୁ ଖୁସି କରାଇବା ପାଇଁ ହସ୍ପିଟାଲ୍‌ କର୍ମୀମାନଙ୍କର ଏହି ଉଦ୍ୟମ ଜଷ୍ଟିନ୍‌ଙ୍କୁ ବେଶ୍‌ ପସନ୍ଦ ଆସିଛି।

ମେଡିକାଲ୍‌ ଟିମ୍‌ ବାଳକଟିର ଜନ୍ମଦିନ ପାଳିବାକୁ ସାଜସଜା କରି କେକ୍‌ କଟିଂ କରିବା ସହ ଉପହାର ବି ପ୍ରଦାନ କରିଥିଲେ। ଏହି ସମୟର ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ ହୋଇ ତାହାର ଭିୟୁ ୩ ମିଲିୟନ୍‌ ଟପି ସାରିଲାଣି।

 

ଜଷ୍ଟିନ୍‌ ତାଙ୍କର କର୍କଟ ଚିକିତ୍ସା କରିବା ପାଇଁ ରୀତିମତ ଭାବେ ହସ୍ପିଟାଲ୍‌ ଆସନ୍ତି। ମେଡିକାଲ୍‌ ଟିମ୍‌ଙ୍କର ଏହି ସର୍‌ପ୍ରାଇଜ୍‌ ଦେଖି ଭାବପ୍ରବଣ ହୋଇ କାନ୍ଦି ପକାଇଲେ ଜଷ୍ଟିନ୍‌। ସେ ଏତେ ହସ୍ପିଟାଲ୍‌କୁ ଆସନ୍ତି ଯେ ହସ୍ପିଟାଲ୍‌କୁ ତାଙ୍କର ଦ୍ବିତୀୟ ଘର ବୋଲି କହିଲେ ଭୁଲ୍‌ ହେବ ନାହିଁ। ସେହି କାରଣରୁ ଜଷ୍ଟିନଙ୍କର ହସ୍ପିଟାଲ୍‌ କର୍ମଚାରୀଙ୍କ ସହ ଏକ ସ୍ବତନ୍ତ୍ର ଘନିଷ୍ଠତା ରହିଛି।

ଯେଉଁ ଭିଡିଓଟି ପୋଷ୍ଟ୍‌ ହୋଇଛି ସେଥିରେ ଲେଖାଯାଇଛି, ‘ତୁମେ ଏକ ରୋଗର ଚିକିତ୍ସା କର, ଏଥିରେ ତୁମେ ଜିତିପାର ବି ହାରିପାର ବି। ମାତ୍ର ତୁମେ ଜଣେ ବ୍ୟକ୍ତିର ଚିକିତ୍ସା କର, ଏଥିରେ ଜିତିବା ଥୟ: ରବିନ ୟୁଲିୟମ୍ସ-ପ୍ୟାଚ୍‌ ଆଡାମ୍‌ସ। ଜନ୍ମଦିନର ଶୁଭେଚ୍ଛା ଜଷ୍ଟିନ୍‌। ଆମେ ତୁମ ରୋଗକୁ ଶରୀରରୁ ମୂଳପୋଛ କରିବାକୁ ଉଦ୍ୟମରତ।’

 

ସମ୍ବନ୍ଧିତ ଖବର