ସୋନାକ୍ଷୀଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିଲେ ସୋନମ, କ’ଣ ପ୍ରତ୍ୟୁତ୍ତର ଦେଲେ ସୋନା?

ମୁମ୍ବାଇ: ସମସ୍ତଙ୍କ ଭିତରେ ଏକ ଧାରଣାଟେ ରହିଯାଇଛି ଯେ ଦୁଇ ଅଭିନେତ୍ରୀଙ୍କ ଭିତରେ କେବେ ବି ଗୋଟେ ସ୍ନେହର ସଂପର୍କ ହୋଇନପାରେ। ମାତ୍ର ଆଜିକାଲିର ଯୁବପିଢ଼ି ତାହାକୁ ଭୁଲ୍‌ ପ୍ରମାଣ କରିବାରେ ଲାଗିଛନ୍ତି। ଅଭିନେତ୍ରୀ ସୋନମ କପୁର୍‌ ଏବଂ ସୋନାକ୍ଷୀ ସିହ୍ନାଙ୍କ ଭିରରେ ଥିବା ମଧୁର ସଂପର୍କ ତାହାର ଏକ ଜ୍ୱଳନ୍ତ ଉଦାହରଣ।

ନିକଟରେ ନେହା ଧୁପିଆଙ୍କ ଚାଟ୍‌ ସୋ’ ବିଏଫ୍‌ଏଫ୍‌ରେ ଡିଜାଇନର୍‌ ମନୀଷ ମଲହୋତ୍ରା ଏବଂ ଅଭିନେତ୍ରୀ ସୋନାକ୍ଷୀ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଥମେ ମନୀଷଙ୍କୁ ନେହା ସୋନମ୍‌ଙ୍କ ଫେସନ୍‌ ବିଷୟରେ ପଚାରିବାରୁ ସେ କହିଛନ୍ତି କି ‘ସୋନମ୍‌ ବହୁତ୍‌ ଫେସନେବଲ୍‌। ସୋନମ ଯେତିକି ଦିଶନ୍ତି ତା’ଠାରୁ ବେଶି ପ୍ରତିଭାମୟୀ। ସେ ଭବିଷ୍ୟତରେ ଆହୁରି ଗୁଡ଼ାଏ ଚଳଚ୍ଚିତ୍ର କରନ୍ତୁ ।’ ମାତ୍ର ସେଠାରେ ଉପସ୍ଥିତ ସୋନାକ୍ଷୀ ସୋନମଙ୍କ ଉପରେ ଟିକେ ନକାରାତ୍କମ ମତାମତ ରଖିଥିଲେ। ସେ କହିଥିଲେ ଯେ ‘ଥରେ ସୋନମ ଅଯଥାରେ ଥରେ ମୋତେ ଆଟିଟିଉଡ୍‌ ଦେଖାଇଥିଲେ।’

ସୋନାକ୍ଷୀଙ୍କର ଏହି ମତାମତକୁ ରିପୋର୍ଟ କରି ସୋନ୍‌ମ ଟୁଇଟର୍‌ରେ ତାଙ୍କୁ କ୍ଷମା ମାଗିଛନ୍ତି। ସେ ପ୍ରଥମେ ମନୀଷଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି। ତା’ପରେ ଲେଖିଛନ୍ତି, ‘ ସୋନା! ତୁମ ପ୍ରତି ସବୁବେଳେ ମୋର ଏକ ସଦ୍‌ଭାବ ରହିଆସିଛି। ମୁଁ କେବେ ବି ଅନୁଭବ କରିନି ଯେ ତୁମକୁ କେବେ ଆଟିଟିଉଡ୍‌ ଦେଖାଇଛି ବୋଲି। ଯଦି ତୁମକୁ ଏପରି କେବେ ଅନୁଭବ ହୋଇଛି ତେବେ ମୁଁ ବାସ୍ତବରେ ଦୁଃଖିତ।’

 

ସୋନମଙ୍କର ଏହି ଟୁଇଟ୍‌ର ଉତ୍ତର ଦେଇ ସୋନାକ୍ଷୀ ଲେଖିଛନ୍ତି, ‘ବୋକୀଙ୍କ ପରି ହୁଅନି ସୋନମ୍‌। ଆମେ ସମସ୍ତେ ସେଭଳି ପରିସ୍ଥିତିରେ ଅଛନ୍ତି ଯେ ଯେଉଁଟି ଇଚ୍ଛା ନକରି ବି ଆଟିଟିଉଡ୍‌ ଦେଖାଇବାକୁ ପଡ଼େ। ତାହାକୁ ଏତେ ଗୁରୁତର ଭାବେ ଚିନ୍ତା କରନ୍ତି। ମୋ ତରଫରୁ ଆଲିଙ୍ଗନ ତୁମକୁ।’

ସମ୍ବନ୍ଧିତ ଖବର