ଏହି ଆଖିମାରୁଥିବା ଯୁବତୀଙ୍କ ଭଳି ସୋସିଆଲ ମିଡିଆ ଜରିଆରେ ରାତାରାତି ଷ୍ଟାର ପାଲଟିଛନ୍ତି ଏମାନେ

ନୂଆଦିଲ୍ଲୀ: କିଛିଦିନ ତଳେ ଏକ ୨୫ ସେକେଣ୍ଡର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। । ଏହାକୁ ଦେଖିବା ପାଇଁ କିଶୋର-କିଶୋରୀ ଏବଂ ଯୁବକ-ଯୁବତୀଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଭିଡିଓ କ୍ଲିପ୍‌ରେ ପ୍ରଥମେ ଜଣେ ପୁଅ ନିଜ ଆଖିର ଇସାରା ଝିଅକୁ କିଛି କହିଲା । ତାପରେ ଝିଅଟି ବି ତାର ପ୍ରତୁତ୍ତର ଖୁବ୍‌ ଚମତ୍କାର ଭାବେ ଆଖିରେ ଦେଉଥିବା ଦେଖିବାକୁ ମିଳୁଛି। ଏହାପରେ ସେ ଦୁହେଁ ଆଖିର ଇସାରାରେ ପରସ୍ପର ସହିତ କଥା ହେଉଛନ୍ତି।

ତେବେ ଅସଲରେ ଏହା ହେଉଛି ମାଲୟାଲମ୍‌ ସିନେମା ‘ଓରୁ ଅଦାର ଲଭ୍‌’ର ଏକ ସିନ୍‌। ଏହି ସିନେମାରେ ଅଭିନେତ୍ରୀ ପ୍ରିୟା ପ୍ରକାଶ ବାରିଅର୍‌ ଡେବୁ କରୁଛନ୍ତି। ଏହି ସିନେମା ଆଗାମୀ ମାର୍ଚ ୩ ତାରିଖରେ ରିଲିଜ୍‌ ହେବ। ଏହାର ଏକ ଗୀତ ମନିକା ମଲରୟା ପୂବୀରେ ପ୍ରିୟା ପ୍ରକାଶ ଏଭଳି ଆଖିରେ ଇସାରା କରିଛନ୍ତି। ଏହି ଗୀତକୁ ମାତ୍ର ୨୪ ଘଣ୍ଟାରେ ୧ ମିଲିଅନ୍‌ ଠାରୁ ଅଧିକ ଭିଉ ଏବଂ ୫୦ ହଜାରରୁ ଅଧିକ ଲାଇକସ୍‌ ମିଳିଛି। ୧୮ ବର୍ଷୀୟା ପ୍ରିୟା କେରଳର ଥ୍ରିସୁର ବିମଲା କଲେଜରେ ବି କମ୍‌ ପୁଛନ୍ତି। ଇତିମଧରେ ସେ କୋଟି କୋଟ ଲୋକଙ୍କର ମନରେ ଘର କରିସାରିଲେଣି।

ତେବେ ପ୍ରିୟାଙ୍କ ଭଳି ପୂର୍ବରୁ ସୋସିଆଲ ମିଡିଆରେ ରାତାରାତି ଷ୍ଟାର ପାଲଟି ଥିବା ଆଉ କେତେକଙ୍କ ବିଷୟରେ ଆସନ୍ତୁ ଜାଣିବା।

ସାଇମା ହୁସିଆନ୍‌ ମିର୍‌: ବଲିଉଡ୍‌ ସିନେମା ‘ରଇସ୍‌’ର ପ୍ରମୋସନ୍‌ ସମୟରେ କିଙ୍ଗଖାନ୍‌ ଶାହାରୁଖ ଖାନ୍‌ ତାଙ୍କ ପ୍ରଶଂସକମାନଙ୍କ ସହିତ ଏକ ସେଲଫି ନେଇଥିଲେ। ସେ ଏହି ସେଲଫିକୁ ତାଙ୍କ ଅଫିସିୟାଲ୍‌ ପେଜ୍‌ରେ ପୋଷ୍ଟ କରିଥିଲେ। ଏହି ସେଲଫିରେ ଶାହାରୁଖଙ୍କ ସହିତ ଅନେକ ଯୁବତ-ଯୁବତୀ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଫଟୋରେ ପ୍ରଥମ ଲାଇନ୍‌ରେ ଏକ ଝିଅ ମାଟିଆ ରଙ୍ଗର ପୋଷାକ ପିନ୍ଧି ଛିଡା ହୋଇଥିଲା ଝିଅଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଝିଅଟିକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଝିଅର ନାମ ସାଇମା ହୁସିଆର୍‌ ମିର୍‌ ଓ ସେ ଶ୍ରୀନଗରର ଏସ୍‌ଆଇଡିର ଛାତ୍ରୀ ବୋଲି ଜଣାପଡ଼ିଥିଲା।

ଅର୍ସଦ୍ଦ ଖାନ୍‌: କିଛିଦିନ ତଳେ ପାକିସ୍ତାନର ଜଣେ ଚାହା ବିକାଳିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଚାହା ବିକାଳି ଦେଖିବାକୁ ଖୁବ୍‌ ସୁନ୍ଦର ଓ ତାଙ୍କର ଆଖି ଡୋଳା ଦୁଇଟି ନୀଳ ରଙ୍ଗର ଥିଲା। ଏହି ଯୁବକଙ୍କ ନାମ ଅର୍ସଦ୍ଦ ଖାନ୍‌ ବୋଲି ଜଣାପଡ଼ିଥିଲା। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଅର୍ସଦ୍ଦକୁ ବିଭିନ୍ନ ଆଡୁ ମଡେଲିଂର ଅଫର ଆସିଥିଲା।

ଅର୍ସଦ୍ଦଙ୍କ ଭଳି ପାକିସ୍ତାନରେ ବସବାସ କରୁଥିବା ଜଣେ ସୁନ୍ଦରୀ ପରିବା ବିକାଳିଙ୍କ ଫଟୋ ସୋସିଆଲ ମିଡିଆରେ ଜଣେ ନେପାଳ ଫଟୋଗ୍ରାଫର ପୋଷ୍ଟ କରିଥିଲେ। ଏହି ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ଏହି ପରିବା ବିକାଳି ଚର୍ଚ୍ଚାର ପରିସରରେ ଥିଲେ।

ସେହିପରି ସୋସିଆଲ ମିଡିଆରେ ଗୋଟିଏ ଫଟୋ ଫୋଷ୍ଟ କରି ରାତାରାତି ଷ୍ଟାର ପାଲଟି ଥିବା ତାଲିକାରେ ଉମର୍‌ ବ୍ରୋକାନ୍‌ ଅଲ ଗାଲା ଓ ଡାକ୍ତର ମିକିବିଙ୍କ ନାମ ବି ସାମିଲ ଅଛି।

 

ସମ୍ବନ୍ଧିତ ଖବର