ଚାଷଜମିରେ ପାଣି ମଡ଼ାଇବା ବେଳେ ଅଘଟଣ: ମାଟି ତଳେ ଚାପି ହୋଇଗଲେ ୨ ଚାଷୀ

କଣ୍ଟାବାଞ୍ଜି/ଟିଟିଲାଗଡ଼: ଚାଷଜମିରେ ପାଡ଼ି ମଡ଼ାଇବା ବେଳେ ଅଭାବନୀୟ ଘଟଣା ଘଟିଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖୋଲାଙ୍ଗ ପଂଚାୟତ ଅଧିନ ଡୁଙ୍ଗୁରିଗୁଡ଼ା ଗାଁରେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ ମୃତକମାନେ ହେଲେ ଗଣେଶ ବାଗ୍ ଓ ପରଦେଶୀ ଭୋଇ।

ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ଟିଟିଲାଗଡ଼ରେ ବର୍ଷା ହୋଇ ନାହିଁ। ଏହି କାରଣରୁ ଚାଷ ଜମିରୁ ପାଣି ସୁଖିଯାଇଛି। ଏବେ ଚାଷ ଜମି ପାଣି ଆବଶ୍ୟକ କରୁଛି। ଆଜି ଚାଷ ଜମିକୁ ପୋଖରୀରୁ  ଚାଷଜମିକୁ ପାଣି ମଡ଼ାଇବା ବେଳେ ମାଟି ଧସି ଥିଲା। ଫଳରେ ୨ ଜଣ ଚାଷୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ୨ ଚାଷୀଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଚାଷୀମାନେ ହୁଡ଼ା କାଟି ନାଳ କରିବା ନିମନ୍ତେ ପ୍ରୟାଶ କରୁଥିଲେ। ସକାଳେ ସେମାନେ ଗାତ ଖୋଳୁଥିବା ଦେଖାଯାଇଥିଲା। ହେଲେ ଅପରାହ୍ନରେ ମାଟି ଅତଡ଼ା ଧସି ଯାଇଥିବା ବେଳେ ଚାଷୀମାନଙ୍କୁ ଦେଖିବାକୁ ମିଳି ନ ଥିଲା। ପାଖରେ ସାବଳ ଓ ଅନ୍ୟାନ୍ୟ ଉପକରଣ ପଡ଼ିଥିଲା, ଯାହାକୁ ନେଇ ସେମାନେ ସନ୍ଦେହ କରିବା ପରେ ସମ୍ପୃକ୍ତ ଲୋକଙ୍କ ଘରକୁ ଖବର ପଠାଇଥିଲେ। ଦୁଇ ଚାଷୀ ଘରକୁ ଫେରି ନ ଥିବାରୁ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର