ପହଁରିବା ହେଲା କାଳ, ପାଣିରେ ବୁଡ଼ି କଲେଜ ଛାତ୍ର ମୃତ

କୋରାପୁଟ: କୋରାପୁଟ ଓଏସଏପି ବାଟାଲିୟନ ପରିସରରେ ଥିବା ଏକ ପୋଖରୀରେ ପହଁରିବା ସମୟରେ ଜଣେ କଲେଜ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ରଙ୍କ ନାମ ବିଶ୍ୱଜିତ ମହାରଣା(୨୦) । ସେ ଯୁକ୍ତ୩ ତୃତୀୟ ବର୍ଷର ଛାତ୍ର ଭାବେ ସରକାରୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ତାଙ୍କ ପିତା ଶରତ ମହାରଣା ଓଏସପି ୩ୟ ବାଟାଲିୟନର ଯବାନ ଭାବେ କାର୍ଯ୍ୟ କରନ୍ତି।
ସୂଚନାଯୋଗ୍ୟ ଯେ ଆଜି ସକାଳେ ବିଶ୍ୱଜିତ ତାଙ୍କର ୩ଜଣ ସାଙ୍ଗଙ୍କ ସହ ଓଏସଏପି ବାଟାଲିୟନ ପରିସରରେ ଥିବା ପୋଖରୀରେ ପହଁରୁଥିଲେ । ସେ ପହଁରା ଜାଣି ଥିବାରୁ ପୋଖରୀ ଏପଟରୁ ସେପଟକୁ ପହଁରୁଥିବା ସମୟରେ ବୁଡି ଯାଇଥିଲେ ବୋଲି ଘଟଣାର ତଦନ୍ତ କରୁଥିବା ଟାଉନ ଥାନାର ସବଇନିସପେକ୍ଟର ସୁଲୋଚନା ପ୍ରଧାନ କହିଛନ୍ତି । ଓଡ୍ରାଫ ଟିମ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବିଶ୍ୱଜିତଙ୍କ ମୃତରେ ଓଏସପି ବାଟାଲିୟନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସମ୍ବନ୍ଧିତ ଖବର