ବର୍ଷବର୍ଷ ଧରି ଅନୁପସ୍ଥିତ: ୧୮ ଶିକ୍ଷକଙ୍କୁ କୈଫିୟତ ତଲବ

କେନ୍ଦୁଝର : ବହୁବର୍ଷ ଧରି ବିଦ୍ୟା‌ଳୟରେ ଅନୁପସ୍ଥିତ ଥିବା ୧୮ଜଣ କନିଷ୍ଠ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଏହି ଶିକ୍ଷକମାନେ ବାର୍ଷିକ ଚୁକ୍ତିରେ ରହିଥିବା ସର୍ତ୍ତ ଉଲ୍ଲଂଘନ କରି ବର୍ଷବର୍ଷ ଧରି ବେଆଇନ ଭାବେ ବିଦ୍ୟାଳୟରେ ଅନୁପସ୍ଥିତ ରହିଛନ୍ତି। ଏହି କାରଣରୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିଲା। ଏହି ଶିକ୍ଷକମାନଙ୍କ ଦରମା ବନ୍ଦ ରହିଛି। ତେବେ ଏଭଳି ଅନୁପସ୍ଥିତିର କାରଣ ସ୍ପଷ୍ଟ ହୋଇନାହିଁ।

ଆନନ୍ଦପୁର ବ୍ଲକ୍‌ କଚ୍ଚାସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅନୀତା ଦାସ ୭ ବର୍ଷ ୨ ମାସ ହେଲା ଅନୁପସ୍ଥିତ ଥିବା ବେଳେ କୀର୍ତ୍ତନ ସାହୁ ମିଲ୍‌ସାହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିରେଖା ସାହୁ ୪ ବର୍ଷ ୬ ମାସ ହେଲା ଅନୁପସ୍ଥିତ ଅଛନ୍ତି। ସେହିପରି ବାଂଶପାଳ ବ୍ଲକ ସିଂପୁର ୟୁଜିୟୁପି ସ୍କୁଲର ସତ୍ୟବ୍ରତ ପାତ୍ର ୭ ବର୍ଷ ୯ ମାସ, ଅନସୂୟା ସେଠୀ ୭ ବର୍ଷ ୭ ମାସ, ତାଳପଦା ୟୁଜିୟୁପିର ହିରଣ୍ୟ କୁମାର ପାତ୍ର ୬ ବର୍ଷ ୧୦ ମାସ, ଗୋବିନ୍ଦପୁର ୟୁଜିୟୁପିର ବିଜୟ ବିଶ୍ୱାଳ ୪ବର୍ଷ, ହରିଚନ୍ଦନପୁର ବ୍ଲକ ଘୋଷଡ଼ାଟାଙ୍ଗର ସି.କେ ନୋଡାଲ ୟୁପି ସ୍କୁଲର ବିଜୟଲକ୍ଷ୍ମୀ ବେହେରା ୩ ବର୍ଷ, ବୁଢାଖମଣ ପ୍ରାଥମିକ ସ୍କୁଲର କୁମୁଦିନୀ ରାଉତ ୬ ବର୍ଷ ୫ ମାସ, ଗୋଳିଆନାଳୀ ସାହି ପ୍ରାଥମିକ ବିଦ୍ୟାଳୟର ସଂଗୀତା ସାମଲ ୩ ବର୍ଷ ୭ ମାସ, ଯୋଡ଼‌ା ବ୍ଲକ ରାଇକଳା ପ୍ରାଥମିକ ବିଦ୍ୟାଳୟର ମେଘା ମୁଣ୍ଡା ୩ ବର୍ଷ ୩ମାସ, କୋହ୍ଲବରପଦା ୟୁଜିୟୁପିର ମଧୁସୂଦନ ଦେହୁରି ୫ବର୍ଷ ୭ମାସ, ତେଲକୋଇ ବ୍ଲକ୍‌ ବଡ଼କୁମୁଦ ପ୍ରାଥମିକ ବିଦ୍ୟାଳୟର ଜ୍ୟୋତିରଞ୍ଜନ ଦେହୁରୀ ୩ ବର୍ଷ ୮ ମାସ, ଘଷିପୁରା ବ୍ଲକ କେଶଦୁରାପାଳ ପ୍ରାଥମିକ ବିଦ୍ୟାଳୟର ପ୍ରମୋଦ କୁମାର ବାରିକ ୫ ବର୍ଷ ୯ ମାସ, ଘଟଗାଁ ବ୍ଲକ ଷଡ଼ଙ୍ଗବାହାଳୀ ପ୍ରାଥମିକ ବିଦ୍ୟାଳୟର ନିରୁପମା ପୃଷ୍ଟି ୭ ବର୍ଷ ୧ ମାସ, ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟର ରାଣାପ୍ରତାପ ସିଂ ୬ ବର୍ଷ ୪ ମାସ, ବସନ୍ତପୁର ୟୁଜିୟୁପିର ବିଷ୍ଣୁପ୍ରିୟା ନାଥ ୪ ବର୍ଷ ୯ ମାସ, ମାଛଭଣ୍ଡାର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଅର୍ଚ୍ଚନା ମହାନ୍ତି ୩ ବର୍ଷ ୨ ମାସ, ଧାଙ୍ଗରଡିହା ୟୁଜିୟୁପିର ହରପ୍ରିୟା ପ୍ରଧାନ ୧ବର୍ଷ ୧ମାସ ହେଲା ଅନୁପସ୍ଥିତ ରହିଥିବାରୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ସମ୍ବନ୍ଧିତ ଖବର