ବିଗ୍ ବ୍ରଦରକୁ ପ୍ରତିଯୋଗୀ ହୋଇ ଯିବେ ‘ବିଗ୍ ବସ୍-୧୬’ରେ ଲୋକଙ୍କ ମନ କିଣିଥିବା ଅବଦୁ

ନୂଆଦିଲ୍ଲୀ: ତାଜାକିସ୍ତାନର ଅବଦୁ ରୋଜିକ୍ ଭାରତର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ ୧୬ରେ ପ୍ରତିଯୋଗୀ ହୋଇ ଆସି ଲୋକପ୍ରିୟ ହୋଇଥିଲେ। ବିଗ୍ ବସରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଭାରତ ସମେତ ବିଦେଶରେ ମଧ୍ୟ ଲୋକଙ୍କ ମନ କିଣିଥିଲେ ଅବଦୁ। ପୂର୍ବରୁ ଭାରତରେ ଅବଦୁଙ୍କ ପ୍ରଶଂସକଙ୍କ ସଂଖ୍ୟା କମ ଥିବା ବେଳେ ଏବେ ସେ ପ୍ରତି ଭାରତୀୟଙ୍କ ହୃଦୟର ରାଜା ପାଲଟିଛନ୍ତି। ଏହି ସୋ’ରେ ଅଂଶଗ୍ରହଣ କରିବା ପରେ ଅବଦୁ ସାରା ଦେଶରେ ଅତୁଳନୀୟ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ସୋ’ ଯୋଗୁଁ, ତାଙ୍କ ଫଲୋୱର୍ସଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ତେବେ ଏତେ ଲୋକପ୍ରିୟ ହେବା ପରେ ଏବେ ଅବଦୁ ବ୍ରିଟେନର ରିୟାଲିଟି ସୋ’ ବିଗ୍ ବ୍ରଦରରେ ଭାଗ ନେବେ ବୋଲି ଜଣାପଡ଼ିଛି।

अब्दु रोजिक

ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଅବଦୁ ଶୀଘ୍ର ବିଗ୍ ବ୍ରଦର ସୋ’ର ଏକ ଅଂଶ ହୋଇପାରନ୍ତି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୈଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ। ଯଦି ଏହା ସତ ହୁଏ ତେବେ ଅବଦୁଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ଼ ଉପହାରଠାରୁ କମ୍ ହେବ ନାହିଁ। ବିଗ୍ ବସରେ ଅବଦୁ ତାଙ୍କର ସୁନ୍ଦର ହସ ଏବଂ ନିର୍ମଳ ସ୍ବଭାବ ସହିତ ଦେଶବାସୀଙ୍କ ହୃଦୟ ଜିତିଛନ୍ତି। ପ୍ରଶଂସକମାନେ ଆଶା କରୁଛନ୍ତି ଯେ ସେ ଅନ୍ତର୍ଜାତୀୟ ସୋ’ରେ ବ୍ରିଟେନର ଲୋକଙ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇବେ।

ସମ୍ବନ୍ଧିତ ଖବର