କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବି ବହୁ ଅବସରପ୍ରାପ୍ତ ଅଧିକାରୀ କାମ କରୁଛନ୍ତି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରମାନଙ୍କ ଅବସର ବିନୋଦନ କେନ୍ଦ୍ର ବୋଲି ବିରୋଧୀ ଦଳ ନେତା କହିବା ପରେ ଏହାର କ ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟରେ ବି ବହୁତ ଅବସରପ୍ରାପ୍ତ ଅଧିକାରୀ କାମ କରୁଛନ୍ତି। ସେମାନେ ଭଲ କାମ କରନ୍ତି ବୋଲି ଅବସର ପରେ କାମ ଦିଆଯାଉଛି। ବିଜେପି ଉତ୍ତର ପ୍ରଦେଶ ଓ ଅନ୍ୟ ବିଜେପି ଶାସିତ ରାଜ୍ୟ ଦେଖୁ। ଏମିତି ରାମ୍ପୁଡ଼ି କାମୁଡ଼ି ହେଲେ ବିଜେପି କେବେ ବି ଓଡ଼ିଶାକୁ କ୍ଷମତାକୁ ଆସି ପାରିବ ନାହିଁ। ସେମାନେ ଭାବୁଛନ୍ତି, ଏମିତି କହିଲେ ଲୋକେ ଗ୍ରହଣ କରବେ। ହେଲେ ସେମାନଙ୍କୁ କେବେ ବି ଲୋକ ଗ୍ରହଣ କରିବେ ନାହିଁ।

ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହା କହିଛନ୍ତି, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅବସରପ୍ରାପ୍ତ ଅଫିସରମାନଙ୍କ ଅବସର ବିନୋଦନ କେନ୍ଦ୍ର। ଯେତେବେଳେ ଓଡ଼ିଶାର ଯୁବକମାନେ କାମ ପାଉ ନାହାନ୍ତି, ସେତେବେଳେ ସେ ସମୟରେ ଏତେ ସଂଖ୍ୟାରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯିବା କେତେ ଯୁକ୍ତିଯୁକ୍ତ। ଯେଉଁମାନେ କାଲି ତାଙ୍କର ଅଧୀନସ୍ଥ କର୍ମଚାରୀ ଥିଲେ ସେମାନେ କେମିତି ତାଙ୍କର ଉପଦେଷ୍ଟା ହୋଇପାରିବେ? ଅଧୀନସ୍ଥ କର୍ମଚାରୀ ଆଜି ସେମାନଙ୍କ ଉପଦେଷ୍ଟା, ଏହା ଏକ ବିଚିତ୍ର ବ୍ୟବସ୍ଥା। ଜଣେ ମନ୍ତ୍ରୀ ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ଫିଜିକାଲି, ମେଣ୍ଟାଲି ଡଲ୍। ଏମିତି ଅବସ୍ଥାରେ କେମିତି ସରକାର ଚାଲୁଚି କିଏ ସରକାର ଚଳାଉଛି ? କିଏ ମାଲିକ ଏ ସରକାରର ବୋଲି ପ୍ରଶ୍ନ ଉଠୁଛି।
ବିରୋଧୀ ଦଳ ନେତା କହିଛନ୍ତି, ଓଡ଼ିଶାରେ ଅନେକ ଦକ୍ଷ ଅଫିସର ଅଛନ୍ତି, ତାଙ୍କୁ ନ ଦେଇ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦେବାର କଣ ଆବଶ୍ୟକତା ? ଯେହେତୁ ସେମାନେ ବୋଲ ମାନିବେ, ସବୁ ଅନ୍ୟାୟ କାର୍ଯ୍ୟରେ ତାଙ୍କୁ ସହଯୋଗ କରିବେ, ସେଥିପାଇଁ ଥଇଥାନ କରାଯାଉଛି।
ବିଜେଡିର ପ୍ରଧାନମନ୍ତ୍ରୀ ଅଫିସ ଆଡ଼କୁ ଅଭିଯୋଗ ଉଠାଇବା ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି, ଆମେ ତାଙ୍କୁ ନାଁ ନେବାକୁ କହିଲୁ, ସେମାନେ କାହିଁକି ନାଁ ନେଲେ ନାହିଁ। ଏଠି ମାଳମାଳ ଅବସରପ୍ରାପ୍ତ ଅଫିସର ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଫିସରେ। ବଡ଼ ବିଚିତ୍ର ଅବସ୍ଥାରେ ଚାଲିଛି ସରକାର ଏବଂ କହିଲେ ବାଧି ଯାଉଛି। ୫-ଟି ବିଷୟରେ କହିଲେ ସେ ଭାବୁଛନ୍ତି ମୁଁ ତାଙ୍କ ସଚିବଙ୍କ ଆଡ଼କୁ କହୁଛି, ଆଉ ରିଆକ୍ଟ କରୁଛନ୍ତି। ବିଧାନସଭା ଭିତରେ ବିରୋଧୀ ଦଳ ନେତାଙ୍କୁ ମାନସିକ ରୋଗୀ କହିବା କେତେ ଯୁକ୍ତିଯୁକ୍ତ। ବିଧାନସଭାରେ ଗୃହର ନେତା ପରେ ବିରୋଧୀ ଦଳ ନେତା, ଯେଉଁମାନେ ସାମାନ୍ୟତମ ସମ୍ମାନ ଶିଖି ନାହାନ୍ତି, ସେମାନଙ୍କଠୁ କଣ ଆଶା କରାଯାଇପାରେ? ଯେଉଁମାନେ ଏମିତି କରୁଛନ୍ତି, ସେମାନଙ୍କୁ ଓଡ଼ିଶାବାସୀ ଉପଯୁକ୍ତ ଜବାବ ଦେବେ।

ସମ୍ବନ୍ଧିତ ଖବର