ମହାରାଷ୍ଟ୍ରରେ କୋଷ୍ଟଗାର୍ଡ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ , ମହିଳା ପାଇଲଟ ଆହତ

ରାଇଗଡ : ମହାରାଷ୍ଟ୍ରର ରାଇଗଡ ଜିଲ୍ଲା ନନ୍ଦଗାଁଓ ନିକଟରେ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସମୁଦାୟ ୪ଜଣ ଯାତ୍ରୀ ଥିବାବେଳେ ସମସ୍ତଙ୍କୁ ନିରାପଦରେ ଉଦ୍ଧାର କରାଇଛି । ତେବେ କୋଷ୍ଟଗାର୍ଡର ଜଣେ ମହିଳା ପାଇଲଟ୍‌ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ହେଲିକାପ୍ଟରଟି ଲାଣ୍ଡିଂ କଲାବେଳେ ଭାରସାମ୍ୟ ହରାଇ ଖସିପଡିଥିଲା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏହା ହୋଇଥିବା ସଂଦେହ କରାଯାଉଛି ।

ଏହି ଦୁର୍ଘଟଣା ଖବର ମିଳିବା ପରେ ମୁମ୍ବାଇରୁ ଭାରତୀୟ ନୌସେନାର ଏକ ଉଦ୍ଧାରକାରୀ ହେଲିକାପ୍ଟର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଆହତ ମାନଙ୍କୁ ନେଇ ମୁମ୍ବାଇ ଫେରିଥିଲା । ଆହତୁମାନଙ୍କୁ ମୁମ୍ବାଇର ନେଭି ହସପିଟାଲରେ ଭର୍ତ୍ତି କରାଯାଇଛି ।

ଗତ ମାସରେ ଭାରତୀୟ ବାୟୁସେନାର ଏକ ଛୋଟ ବିମାନ ଆସାମରେ ଦୁର୍ଘଟଣାଗସ୍ତ ହୋଇଥିଲା । ଆସାମର ମାଜୁଲି ଦ୍ୱୀପରେ ଭାରତୀୟ ବାୟୁ ସେନାର ଏହି ମାଇକ୍ରୋଲାଇଟ୍‌ ହେଲିକାପ୍ଟର ଦୁର୍ଘଟଣାଗସ୍ତ ହେବାରୁ ସେଥିରେ ଥିବା ଦୁଇଜଣ ପାଇଲଟ୍‌ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର