ଉତ୍ତରପ୍ରଦେଶରେ ୧୦୦ କୋଟିର ମଦ ବିକ୍ରି, ଦିଲ୍ଲୀରେ ୭୦ ପ୍ରତିଶତ ଅତିରିକ୍ତ ଟିକସ

ଆନ୍ଧ୍ରରେ ଦାମ୍ ଆଉ ୫୦% ବଢ଼ିଲା, ୪୨ ଦିନ ‌ହେଲା ପିଇନାହିଁ, ଆଜି ପିଇବାକୁ ଦିଅ: ଗ୍ରାହକ

ନୂଆଦିଲ୍ଲୀ: ମଦ ଦୋକାନ ଖୋଲିବା ଅନୁମତି ମିଳିବା ପରେ ବିଭିନ୍ନ ରାଜ୍ୟରେ ବିପୁଳ ପରିମାଣର ମଦ ବିକ୍ରି ହୋଇଛି। ଉତ୍ତରପ୍ରଦେଶରେ ଗୋଟିଏ ଦିନରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମଦ ବିକ୍ରି ହୋଇଥଇବା ସୂଚନା ମିଳିଛି। ମାତ୍ର ଚାରି ଘଣ୍ଟା ଭିତରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ‌ରେ ୬.୩ କୋଟି ଟଙ୍କାର ମଦ ବିକ୍ରି ହୋଇଛି। କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ମଦ ଦେକାନା ସାମ୍ନାରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। କୋଲକାତାର କିଛି ମଦ ଦୋକାନଗୁଡ଼ିକରେ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ଚଣ୍ଡିଗଡ଼ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଇତି ମଓ୍ୟରେ ଦିଲ୍ଲୀ ସରକାର ମଦ ଉପରେ ୭୦ ପ୍ରତିଶତ ଅତିରିକ୍ତ ଟିକସ ଲାଗୁ କରିଛନ୍ତି। ସ୍ବତନ୍ତ୍ର କରୋନା ଫି’ ଭାବେ ଏହି ଟିକସ ଲାଗୁ କରାଯାଇଛି। ପ୍ରତି ମଦ ବୋତଲର ସର୍ବାଧିକ ବିକ୍ରି ମୂଲ୍ୟ (ଏମ୍‌ଆର୍‌ପି) ଉପରେ ଏହି ୭୦ ପ୍ରତିଶତ ଟିକସ ଲାଗୁ ହେବ।

ଯେଉଁ ମଦ ବୋତଲର ଦାମ୍ ୧୦୦୦ ଟଙ୍କା ଥିବ ତାହା ୧୭୦୦ ଟଙ୍କାରେ ବିକ୍ରି ହେବ। ଦିଲ୍ଲୀରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ଛଅଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲାରହିବ। ଦୀର୍ଘ ୪୦ ଦିନ ପରେ ମଦ ଦୋକାନ ଖୋଲିଥିବାରୁ ଦୋକାନ ସାମ୍ନାରେ ଲୋକମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ସାମାଜିକ ଦୂରତ୍ବ ନିୟମକୁ ଉଲ୍ଲଂଘନ ମଧ୍ୟ କରୁଥିଲେ। କିଛି ସ୍ଥାନରେ ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା। ଦିଲ୍ଲୀର ବିଶ୍ବାସ ନଗରରେ ଏକ ମଦଦୋକାନ ସାମ୍ନାରେ ଠିଆ ହୋଇଥିବା ଜଣେ ବ୍ୟକ୍ତି କହିଥିଲେ ଯେ ୪୨ ଦିନ ହେଲା ପିଇନାହିଁ। ଆଜି ପିଇବାକୁ ଦିଅନ୍ତୁ। । ସରକାର ଲଗାଇଥିବା ୭୦ ପ୍ରତିଶତ ଟିକସକୁ କିଛି ଲୋକ ନିଜ ତରଫରୁ ସରକାରଙ୍କୁ ଦାନ ବୋଲି କହୁଥିଲେ। ଆନ୍ଧ୍ରପ୍ରଦେଶରେ ମଦ ଦାମ୍‌ରେ ୭୫ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ପୂର୍ବରୁ ମଦ ଦାମ୍ ୨୫% ବଢ଼ିଥିଲା। ମାତ୍ର ଦୋକାନ ସାମ୍ନାରେ ଭିଡ଼କୁ ଦୃ‌ଷ୍ଟିରେ ରଖି ରାଜ୍ୟ ସରକାର ଦାମ୍‌ରେ ଆଉ ୫୦% ବୃଦ୍ଧି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର