୧୬ କୋଟି ଟଙ୍କାର ଟ୍ରେନ୍ ଟିକଟ ବିକ୍ରି, ୮୨ ହଜାରରୁ ଅଧିକ ଲୋକ ଯାତ୍ରା କରିବେ

ନୂଆଦିଲ୍ଲୀ: ସ୍ବତନ୍ତ୍ର ଟ୍ରେନ୍‌ରେ ଆସନ୍ତା ସପ୍ତାହକ ଭିତରେ ୮୨ ହଜାରରୁ ଅଧିକ ଲୋକ ଯାତ୍ରା କରିବେ। ସେଥିପାଇଁ ରେଳବାଇ ପକ୍ଷରୁ ୧୬ କୋଟି ଟଙ୍କାର ଟିକଟ ବିକ୍ରି କରାଯାଇଛି। ସୋମବାର ସନ୍ଧ୍ୟା ୬ଟାରୁ ବୁକିଙ୍ଗ୍‌ ଆରମ୍ଭ ହୋଇଥିଲା। ଆସନ୍ତା ସାତ ଦିନ ଲାଗି ୧୬.୧୫ କୋଟି ଟଙ୍କାର ୪୫,୫୩୩ ଟିକଟ ବୁକିଙ୍ଗ୍‌ ହୋଇଛି। ସେହି ଟିକଟଗୁଡ଼ିକରେ ୮୨,୩୧୭ ଯାତ୍ରୀ ଯାତ୍ରା କରିବେ। ଆଜିଠାରୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ୧୫ଟି ଯାତ୍ରୀମାନଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବ। ଟ୍ରେନ୍ ସମୟର ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରାଇବା, ନିଜ ସହିତ ଖାଦ୍ୟ ଏବଂ ବେଡ୍‌ସିଟ୍‌ ଆଦି ସାମଗ୍ରୀ ଆଣିବା ଲାଗି ଯାତ୍ରୀମାନଙ୍କୁ ରେଳବାଇ ଆଗୁଆ ଅବଗତ କରିଛି। ‌ସ୍ବତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରିବା ଲାଗି ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ କରାଯାଇଛି।

ସମ୍ବନ୍ଧିତ ଖବର