୨୦୧୮-୧୯ ପାଇଁ ନାଲ୍‌କୋର ଲାଭାଂଶ, ଭାରତ ସରକାରଙ୍କୁ ଦେଲା ୧୧୫% ଲାଭାଂଶ

ନୂଆଦିଲ୍ଲୀ: ନାଲ୍‌କୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୨୦୧୮-୧୯ ପାଇଁ ୧୧୫% ଲାଭାଂଶ ପ୍ରଦାନ କରାଯାଇଛି। କଂପାନି ତରଫରୁ ମୋଟ ଲାଭାଂଶ ବାବଦରେ ୫୫୭.୮୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ୪୩୬.୫୪ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଏବଂ ୧୨୧.୨୬ କୋଟି ଟଙ୍କାର ଚୂଡାନ୍ତ ଲାଭାଂଶ ଅନ୍ତର୍ଭୁକ୍ତ ରହିଛି। ଆଜି ନୂଆଦିଲ୍ଲୀ ଠାରେ ନାଲ୍‌କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ କେନ୍ଦ୍ର ଖଣି, କୋଇଲା ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଏହି ଚେକ୍ ଦୁଇଟି ପ୍ରଦାନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଖଣି ସଚିବ ଅନୀଲ ମୁକିମ୍, ଖଣି ବିଭାଗର ଅତିରିକ୍ତ ସଚିବ ଡକ୍ଟର କେ ରାଜେଶ୍ୱର ରାଓ, ଯୁଗ୍ମ ସଚିବ ଅନୀଲ କୁମାର ନାୟକ, ନାଲ୍‌କୋର ନିର୍ଦ୍ଦେଶକ (ପିଆଣ୍ଡ୍‌ଟି) ସଞ୍ଜୀବ ରାୟ ଉପସ୍ଥିତ ଥିଲେ। ନାଲ୍‌କୋ ପକ୍ଷରୁ ଏଯାବତ୍ ୬୫୮୫.୫୭ କୋଟି ଟଙ୍କା ଲାଭାଂଶ ଭାରତ ସରକାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ସରକାରୀ ରାଜକୋଷକୁ ସମୁଦାୟ ୮୫୩୯.୬୧ କୋଟି ଟଙ୍କା ଲାଭାଂଶ ଆକାରରେ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର