ସିଦ୍ଧାର୍ଥ ଟିଭି ନେଟ୍‌ୱର୍କର ୩ ନୂଆ ଚ୍ୟାନେଲ୍

ଭୁବନେଶ୍ବର: ମନୋରଞ୍ଜନ ଜଗତର ଜଣାଶୁଣା ଉଦ୍ୟୋଗୀ ସୀତାରାମ ଅଗ୍ରୱାଲ୍‌ଙ୍କ ସିଦ୍ଧାର୍ଥ ଟିଭି ନେଟ୍‌ୱର୍କ ପକ୍ଷରୁ ସିଦ୍ଧାର୍ଥ ନାମରେ ତିନିଟି ଟିଭି ଚ୍ୟାନେଲ୍ ଆରମ୍ଭ କରାଯାଇଛି। ତାହା ହେଉଛି ସିଦ୍ଧାର୍ଥ ଟିଭି, ସିଦ୍ଧାର୍ଥ ଗୋଲ୍ଡ ଓ ସିଦ୍ଧାର୍ଥ ଭକ୍ତି। ସାଧାରଣ ମନୋରଞ୍ଜନ ବର୍ଗର ଚ୍ୟାନେଲ୍ ହେଉଛି ସିିଦ୍ଧାର୍ଥ ଟିଭି। ଏଥିରେ ମୁଁ ବି ନମିତା ଅଗ୍ରୱାଲ୍ ହେବି ଓ ରଜ ସୁନ୍ଦରୀ ଭଳି ଦୁଇଟି ରିଅଲିଟି ସୋ’ ଚାଲିଥିବା ବେଳେ ଅପରାଜିତା ଓ ମଙ୍ଗୁଳା କନ୍ୟା ନାମରେ ଦୁଇଟି ମେଗା ଧାରାବାହିକ ଖୁବ୍‌ଶୀଘ୍ର ଆସିବ। ସିଦ୍ଧାର୍ଥ ଭକ୍ତିରେ ୧୯ଟି ନୂଆ ସୋ’ ପ୍ରସାରଣ କରାଯାଉଛି ଯେଉଁଥିରେ ରହିଛି ଧର୍ମଯୁଦ୍ଧ, ବିଚିତ୍ର ରାମାୟଣ, ଶବ୍ଦବ୍ରହ୍ମ ଓ ଭକ୍ତି ସଙ୍ଗମ ଭଳି କାର୍ଯ୍ୟକ୍ରମ। ସିଦ୍ଧାର୍ଥ ଗୋଲ୍ଡରେ ଓଡ଼ିଆ ଯାତ୍ରା ଓ ସିନେମା ସହିତ ଓଡ଼ିଆ ସଙ୍ଗୀତ ପ୍ରସାରଣ କରାଯାଉଛି। ଚଳିତ ବର୍ଷ ମେ’ ୧୫ ଅକ୍ଷୟ ତୃତୀୟା ଅବସରରେ ଏହି ତିନିଟି ଟିଭି ଚ୍ୟାନେଲ୍‌କୁ ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଶେଷ ସୁଦ୍ଧା କଂପାନି ଚତୁର୍ଥ ଟିଭି ଚ୍ୟାନେଲ୍ ଆଣିବା ଉପରେ କାର୍ଯ୍ୟ କରୁଛି।

ସୀତାରାମ ଅଗ୍ରୱାଲ୍ ଓ ତାଙ୍କ ପତ୍ନୀ ତଥା ଗାୟିକା ନମିତା ଅଗ୍ରୱାଲ୍ ୨୦୧୦ରେ ସାର୍ଥକ ଟିଭି ପ୍ରତିଷ୍ଠା କରିଥିଲେ। ୨୦୧୪ ସୁଦ୍ଧା ଏହା ଘରେ ଘରେ ପରିଚିତ ହୋଇପାରିଥିଲା। କେତେକ ବିଶେଷ କାରଣ ଯୋଗୁଁ ୨୦୧୫ରେ ଏହି ଟିଭିକୁ ଶ୍ରୀ ଅଗ୍ରୱାଲ୍ ଜୀ ନେଟ୍‌ୱର୍କକୁ ବିକ୍ରି କରିଥିଲେ। ଏହି ପାଇଁ ସେ ୫ ବର୍ଷିଆ ଚୁକ୍ତି ସ୍ବାକ୍ଷର କରିଥିଲେ। ସେହି ମିଆଦ ଶେଷ ହେବା ପରେ ନିଜ ବଡ଼ ପୁଅ ସିଦ୍ଧାର୍ଥଙ୍କ ନାମରେ ‘ସିଦ୍ଧାର୍ଥ ଟିଭି ନେଟ୍‌ୱର୍କ’ ସ୍ଥାପନ କରିଛନ୍ତି। ଏହି ପାଞ୍ଚ ବର୍ଷ ଭିତରେ ସେ ୨୫ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଗୋଟିଏ ଏଫ୍‌ଏମ୍ ଷ୍ଟେସନ ପ୍ରତିଷ୍ଠା କରିଥିଲେ।

ସମ୍ବନ୍ଧିତ ଖବର