ଖଣି ନିଲାମ ଦୌଡ଼ରେ ଆଦାନି, ଆର୍ସେଲର ମିତ୍ତଲ, ଟାଟା

କେନ୍ଦୁଝର: କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ଖଣି ଲିଜ୍ ପାଇଁ ଆରମ୍ଭ ହୋଇଥିବା ନିଲାମ ପ୍ରକ୍ରିୟାରେ ଆଦାନି, ଆର୍ସେଲର ମିତ୍ତଲ ଏବଂ ଟାଟା ଷ୍ଟିଲ୍‌ ଭଳି ବଡ଼ କମ୍ପାନି ସାମିଲ ହୋଇଛନ୍ତି। ‌ଏହି ୧୧ଟି ଖଣି ମଧ୍ୟରୁ ମୋଟ ୭ଟି ଲୁହାପଥର ଖଣି, ୨ଟି ଲୁହାପଥର ଏବଂ ମାଙ୍ଗାନିଜ୍ ଖଣି, ଗୋଟିଏ ଲୁହାପଥର ଏବଂ ଡୋଲାମାଇଟ୍ ଖଣି ଏବଂ ଗୋଟିଏ ଲୁହାପଥର ଏବଂ ବକ୍ସାଇଟ ଖଣି ରହିଛି। ଏହି ଖଣିଗୁଡିକ ମଧ୍ୟରେ କାଶିଆ ଆଇରନ୍ ଓର୍‌ ଆଣ୍ଡ ଡୋଲାମାଇଟ୍ ବ୍ଲକ, ନିଧିଡିହି ଆଇରନ୍‌ ଓର ବ୍ଲକ୍‌, ନିଧିଡିହି ଆଇରନ ଓର ଆଣ୍ଡ ମାଙ୍ଗାନିଜ୍ ବ୍ଲକ, ତେହେରାଇ ଆଇରନ୍ ଓର ଆଣ୍ଡ ମାଙ୍ଗାନିଜ୍ ବ୍ଲକ, ପୁରେଇବାହଲ ଆଇରନ୍ ଓର ବ୍ଲକ, ଚାନ୍ଦିପୋଷି ଆଇରନ୍ ଓର ବ୍ଲକ, ଝୁମୁକା ପଥିରିପୋଷି ଆଇରନ୍ ଓର ବ୍ଲକ, ଢୋଲତାପାହାଡ଼ ଆଇରନ୍ ଓର ବ୍ଲକ, ନେତ୍ରାବନ୍ଦ ପାହାଡ଼ ଆଇରନ୍ ଓର ବ୍ଲକ୍‌, ଗନ୍ଧଲପଡା ଆଇରନ୍ ଓର ବ୍ଲକ୍‌, କର୍ଲାପାଟ ବକ୍ସାଇଟ୍ ବ୍ଲକ୍‌ ନିଲାମ ପାଇଁ ନିଲାମରେ ଏକାଧିକ ବଡ଼ କମ୍ପାନି ସାମିଲ ହୋଇଛନ୍ତି। ମୋଟା‌ମୋଟି ଭାବେ ୪ଟି ଖଣି ପାଇଁ ଆଦାନି ଆବେଦନକାରୀ ଥିବା ବେଳେ ଆର୍ସେଲର ମିତ୍ତଲ ମୋଟ ୮ଟି ଖଣିରର ନିଲାମ ପ୍ରକ୍ରିୟାରେ ଭାଗ ନେଇଛି।

ସେହିପରି ଜେଏସ୍‌ଡବ୍ଲ୍ୟ ୯ଟି ଖଣିର ନିଲାମ ପ୍ରକ୍ରିୟା‌ରେ ଭାଗ ନେଇଥିବା ବେଳେ ଜେଏସ୍‌ପିଏଲ ୪ଟି ଖଣିର ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛି। ଟାଟା ଷ୍ଟିଲ ୪ଟି ଖଣିର ନିଲାମ ପ୍ରକ୍ରିୟା‌ରେ ଭାଗ ନେଇଥିବା ବେଳେ ୯ଟି ଖଣିର ନିଲାମ ପ୍ରକ୍ରିୟାରେ ଭାଗ ନେଇଛି ବେଦାନ୍ତ।୨୪ ତାରିଖ ଟେଣ୍ଡର ପେପର ଦାଖଲର ଶେଷ ତାରିଖ ଥିଲା। ଆସନ୍ତା ସେପ୍ଟେମ୍ବର ୧୬ ତାରିଖଠାରୁ ଟେଣ୍ଡର ପେପର ଖୋଲାଯାଇ ନିଲାମ ଡକାହେବ।

ସମ୍ବନ୍ଧିତ ଖବର