ଏୟାର ଇଣ୍ଡିଆ ସଫ୍ଟଓୟାରରେ ତ୍ରୁଟି, ଆଜି ବି ବିଳମ୍ବରେ ଉଡ଼ିଲା ୧୩୭ ବିମାନ

ନୂଆଦିଲ୍ଲୀ: ଗତକାଲି ଏୟାର ଇଣ୍ଡିଆର ଚେକ୍-ଇନ୍ ସଫ୍ଟଓୟାର ପ୍ରାୟ ୫ ଘଣ୍ଟା ଅଚଳ ହୋଇଯିବା ଫଳରେ ବିଶ୍ବବ୍ୟାପୀ ୧୪୯ଟି ବିମାନ ବିଳମ୍ବରେ ଚାଲିଥିଲା। ଏଥି‌ଲାଗି ଯାତ୍ରୀମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ବର୍ତମାନ ପର୍ଯ୍ୟନ୍ତ ଏହି ଅସୁବିଧା ଦୂର ହୋଇନାହିଁ। ସଫ୍ଟଓୟାର ସଟ୍‌ଡାଉନ୍‌ର ପ୍ରଭାବ ଆଜି ବି ଏୟାର ଇଣ୍ଡିଆର ବିମାନ ଚଳାଚଳ ଉପରେ ପଡ଼ିଛି। ଆଜି ୧୩୭ଟି ବିମାନ ବିଳମ୍ବରେ ଉଡ଼ିଛି। ହାରାହାରି ୧୯୭ ମିନିଟ ବିଳମ୍ବରେ ବିମାନଗୁଡ଼ିକ ଉଡ଼ିଛି ବୋଲି ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର