ଜୁନ ୨୦୧୮ ପର୍ଯ୍ୟନ୍ତ ଏୟାରଟେଲ୍‌ ଟିଭି ଆପ୍‌ ମାଗଣା

ନୂଆଦିଲ୍ଲୀ: ଟେଲିକମ କ୍ଷେତ୍ରରେ ଚାଲିଥିବା ପ୍ରତିଯୋଗିତା ଦିନକୁ ଦିନ ବେଶ୍‌ ତୀବ୍ର ହେଉଛି । ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଏକୁ ଟକ୍କର ଦେବାକୁ ଦେଶର ପ୍ରମୁଖ ଟେଲିକମ ସେବା ପ୍ରଦାନକାରୀ କମ୍ପାନି ଏୟାରଟେଲ ପ୍ରାୟ ପ୍ରତିଦିନ ବିଭିନ୍ନ ଅଫର ଘୋଷଣା କରୁଛି । ନୂଆ ଘୋଷଣା ଅନୁସାରେ ଆସନ୍ତା ଜୁନ ୨୦୧୮ ପର୍ଯ୍ୟନ୍ତ ଏୟାରଟେଲ ଟିଭି ଆପ୍‌ ମାଗଣାରେ ପ୍ରଦାନ କରାଯାଉଛି । ତେବେ ଏହା କେବଳ ଏୟାରଟେଲ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିଛି । ଏହି ସୁବିଧା ପାଇବା ପାଇଁ ଗ୍ରାହକମାନଙ୍କୁ ଏୟାରଟେଲ ଆପ୍‌ ଡାଉନଲୋଡ କରି ଇନଷ୍ଟଲ କରିବାକୁ ପଡିବ । ନିଜର ଏହି ଆପ୍‌ ମାଧ୍ୟମରେ ଏୟାରଟେଲ ପ୍ରାୟ ୩୦୦ରୁ ଅଧିକ ଲାଇଭ ଚ୍ୟାନେଲ ପ୍ରଦାନ କରୁଛି । ଏହା ମଧ୍ୟରେ ରହିଛି ୨୯ଟି ଏଚଡି ଚ୍ୟାନେଲ ।

ଏୟାରଟେଲ ମଧ୍ୟ ଆଉ ଏକ ଅଫର ଘୋଷଣା କରିଛି – ତାହା ହେଉଛି ୯୩ ଟଙ୍କିଆ ପ୍ଲାନ । ଏହା ଅନୁଯାୟୀ ଗ୍ରାହକ ୯୩ ଟଙ୍କା ରିଚାର୍ଜ କରି ଅନଲିମିଟେଡ୍‌ ଲୋକାଲ ଓ ଏସଟିଡି କଲିଂ ସୁବିଧା ପାଇପାରିବେ । ଏହା ସହିତ ଦିନକୁ ୧୦୦ ଏସଏମଏସ୍‌ ଓ ୧ ଜିବି ଡାଟା ପାଇପାରିବେ । ୧୦ ଦିନ ପାଇଁ ଏହି ତାରିଫ ଭାଉଚରର ବୈଧତା ରହିବ ।

ୟୁଜରମାନଙ୍କୁ ଦିନକୁ ୨୫୦ ମିନିଟ୍‌ ଓ ମାସକୁ ୧୦୦୦ ମିନିଟର କଲ୍‌ ସୁବିଧା ପ୍ରଦାନ କରିବ ଏୟାରେଟଲ । ତେବେ ଏହି ପ୍ଲାନ ରିଚାର୍ଜ କରି ଗ୍ରାହକମାନେ ସର୍ବାଧିକ ୩୦୦ ଟି ୟୁନିକ୍‌ ନମ୍ବରକୁ କଲ୍‌ କରିପାରିବେ ।

ଏହି ପ୍ଲାନ ଲଞ୍ଚ୍‌ କରି ଏୟାରଟେଲ୍‌ ଜିଓର ୯୮ ଟଙ୍କିଆ ପ୍ଲାନ ସହ ପ୍ରତିଯୋଗିତା କରିବାକୁ ଯୋଜନା କରିଛି । ଜିଓର ୯୮ ଟଙ୍କା ପ୍ଲାନରେ ଜିଓ ୧୪ ଦିନ ପାଇଁ ଅନଲିମିଟେଡ୍‌ ଲୋକାଲ ଓ ଏସଟିଡି କଲିଂ ସୁବିଧା, ଦିନକୁ ୧୪୦ ଏସଏମଏସ ଓ ୨.୧ ଜିବି ଡାଟା ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର