ଆହ୍ଲାବାଦ ବ୍ୟାଙ୍କର ମୋଟ କାରବାର ୨,୬୭,୭୧୩ କୋଟି

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଫଳାଫଳକୁ ଆହ୍ଲାବାଦ ବ୍ୟାଙ୍କ ଘୋଷଣା କରିଛି। ବ୍ୟାଙ୍କର ମୋଟ କାରବାର ୩୭୬୭୧୩ କୋଟି ଟଙ୍କା ହୋଇଥିବା ବେଳେ ସେଥିରେ ଜମାର ଭାଗ ୨୦୯୨୩୫ କୋଟି ଟଙ୍କା ହୋଇଥିବା ବେଳେ ଅଗ୍ରୀମ ଭାଗ ୧,୫୮,୪୭୮ କୋଟି ଟଙ୍କା ରହିଛି। ମୋଟ୍‌ ଜମାରେ କାସା ଜମାର ଅବଦାନ ହେଉଛି ୯୯,୭୮୧ କୋଟି ଟଙ୍କା। ବ୍ୟାଙ୍କର ଖୁଚୁରା ଋଣ ପରିମାଣ ୨୬.୧୧% ବୃଦ୍ଧି ପାଇ ୧୯,୫୯୯ କୋଟି ଟଙ୍କା ହୋଇଛି। ବ୍ୟାଙ୍କର ପରିଚାଳନା ଲାଭ ୭୬୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର