ଆଣ୍ଡ୍ରଏଡ୍‌କୁ ନ କିଣିବା ଜୀବନର ସବୁଠୁ ବଡ଼ ଭୁଲ୍‌: ଗେଟ୍‌ସ

ନୂଆଦିଲ୍ଲୀ: ସଂପ୍ରତି ବିଶ୍ବର ଦ୍ବିତୀୟ ବୃହତ୍ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ତାଙ୍କ ଜୀବନର ବଡ଼ ଭୁଲକୁ ପ୍ରକାଶ କରିଛନ୍ତି। ଆଣ୍ଡ୍ରଏଡ୍‌କୁ ନ କିଣିବା ତାଙ୍କର ବଡ଼ ଭୁଲ ଥିଲା। କେବଳ ସେତିକି ନୁହେଁ, ଗୁଗୁଲ୍‌କୁ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍‌ର ବିକାଶ ପାଇଁ ସୁଯୋଗ ଦେଇଥିବ‌ାରୁ ସେ ଏବେ ପଶ୍ଚାତାପ କରୁଛନ୍ତି। ମାଇକ୍ରୋସଫ୍ଟର ଏବେ ବି ଭଲ ପରିଚୟ ରହିଛି। ଏହା ସତ୍ତ୍ବେ ଆଣ୍ଡ୍ରଏଡକୁ ନେଇ ମାଇକ୍ରୋସଫ୍ଟ ଆଗକୁ ବଢ଼ିଥିଲେ ଏବେ ମାଇକ୍ରୋସଫ୍ଟ ଦୁନିଆର ସବୁଠୁ ବଡ଼ କମ୍ପାନିରେ ପରିଣତ ହୋଇଥାନ୍ତା। ସେ କହିଛନ୍ତି ମୋବାଇଲ ଅପରେଟିଂ ସିଷ୍ଟମରେ ଏବେ ଦୁଇଟି ନାମ ଶୁଣାଯାଉଛି। ଗୋଟିଏ ହେଲା ଆଣ୍ଡ୍ରଏଡ ଏବଂ ଅନ୍ୟଟି ହେଲା ଆଇଓଏସ୍। ଏହାର ବହୁ ପୂର୍ବରୁ ମାଇକ୍ରୋସଫ୍ଟ ନିଜର ମୋବାଇଲ ଅପରେଟିଂ ସିଷ୍ଟମ ବିକାଶ କରିଥିଲା ଯାହାକୁ ୱିଣ୍ଡୋଜ୍ ଫୋନରେ ଦିଆଯାଇଥିଲା। କିନ୍ତୁ ତାହା ବଡ଼ ଧରଣର ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର