ତୈଳ ଦର ବୃଦ୍ଧି: କେନ୍ଦ୍ର ସରକାର ଧର୍ମ ସଙ୍କଟରେ ଥିବା ବେଳେ ଟିକସ ହ୍ରାସ କରି ଗ୍ରାହକଙ୍କୁ ଆଶ୍ୱସ୍ତି ଦେଲେ ଚାରି ରାଜ୍ୟ

ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା ଅଶୋଧିତ ତୈଳ ଦର ଯୋଗୁଁ କେନ୍ଦ୍ର ସରକାର ଧର୍ମ ସଙ୍କଟରେ ସମ୍ମୁଖୀନ ହେଉଥିବା ବେଳେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ଦେବାକୁ ଚାରିଟି ରାଜ୍ୟ ତୈଳ ଉପରେ ଟିକସ କାଟ କରିଛନ୍ତି। ସେମାନେ ସ୍ପଷ୍ଟ କରି ଦେଇଛନ୍ତି ଯେ, ଇନ୍ଧନ ମୂଲ୍ୟ ବୃଦ୍ଧି ଅଶୋଧିତ ତୈଳ ଦର ବୃଦ୍ଧି ସହ ନୁହେଁ ବରଂ ଟିକସ ସହ ସମ୍ପୃକ୍ତ।

ଇନ୍ଧନ ଉପରୁ ଟିକସ ହ୍ରାସ କରିବାରେ ସଦ୍ୟତମ ରାଜ୍ୟ ହେଉଛି ପଶ୍ଚିମବଙ୍ଗ। ରବିବାର ଦିନ ପଶ୍ଚିମବଙ୍ଗ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ୧ ଟଙ୍କା ‘ଭ୍ୟାଟ୍‌’ ହ୍ରାସ କରିଛନ୍ତି। ରାଜସ୍ଥାନ ହିଁ ପ୍ରଥମେ ତୈଳ ଉପରେ ଥିବା ୩୮% ‘ଭ୍ୟାଟ୍‌’କୁ ହ୍ରାସ କରି ୩୬% କରିଥିଲା।

Image Courtesy of The Times of India

ଏହାପରେ, ଫେବ୍ରୁଆରି ୧୨ରେ ଆସାମ ମଧ୍ୟ ତୈଳ ଉପରୁ ଟିକସ ହ୍ରାସ କରିଥିଲା। କୋଭିଡ୍‌ ମୁକାବିଲା ନିମନ୍ତେ ତୈଳ ଉପରେ ଲାଗୁ କରାଯାଇଥିବା ଅତିରକ୍ତ ୫ ଟଙ୍କାକୁ ଆସାମ ସରକାର ପ୍ରତ୍ୟାହାର କରି ନେଇଛନ୍ତି।

ମେଘାଳୟ ମଧ୍ୟ ପେଟ୍ରୋଲ୍‌ ଉପରେ ଟ. ୭.୪୦ ଓ ଡିଜେଲ୍‌ ଉପରେ ଟ. ୭.୧୦ ହ୍ରାସ କରିଛି। ମେଘାଳୟ ପ୍ରଥମେ ପେଟ୍ରୋଲ୍‌ ଉପରୁ ୩୧.୬୨% ରୁ ୨୦% ଏବଂ ଡିଜେଲ୍‌ ଉପରୁ ୨୨.୯୫% ରୁ ୧୨%କୁ ‘ଭ୍ୟାଟ୍‌’ ହ୍ରାସ କରି ୨ ଟଙ୍କା ରିହାତି ଦେଇଥିଲା।

କିନ୍ତୁ, ଆଜି ପର୍ଯ୍ୟନ୍ତ ଟିକସ ହ୍ରାସ କରିବାକୁ ଅଗ୍ରାହ୍ୟ କରି ମାର୍ଚରୁ ମେ ୨୦୨୦ ମଧ୍ୟରେ ପେଟ୍ରୋଲ୍‌ ଦର ୧୩ ଟଙ୍କା ଓ ଡିଜେଲ୍‌ ଦର ୧୬ ଟଙ୍କା ବୃଦ୍ଧି କରିଥିଲେ। କିନ୍ତୁ, ସେତେବେଳେ ମହାମାରୀ ଅର୍ଥନୀତିକୁ ଅଚଳ କରି ଦେଇଥିବାରୁ ଅଶୋଧିତ ତୈଳ ଦର ବାରେଲ୍‌ ପିଛା ୧୯.୯ ଡଲାର୍‌ ହ୍ରାସ ପାଇଥିଲା।

ସମ୍ବନ୍ଧିତ ଖବର