କରୋନା ଭୂତାଣୁ ପ୍ରଭାବ: କଣ୍ଡୋମ୍, ଗର୍ଭନିରୋଧକ ବଟିକା ବିକ୍ରି ବୃଦ୍ଧି

ନୂଆଦିଲ୍ଲୀ: କରୋନା ଭୂତାଣୁ ପ୍ରଭାବ ପାଇଁ ଦେଶର ଅଧିକାଂଶ ସ୍ଥାନରେ ତାଲା ବନ୍ଦ ଘୋଷଣା କରାଯାଇଥିବାରୁ ଦମ୍ପତ୍ତିମାନେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଅଫିସ, ଚାକିରି ଓ ସାମାଜିକ କାର୍ଯ୍ୟକ୍ରମ ଆଦି ଯୋଗୁଁ ପୂର୍ବରୁ ପରଷ୍ପର ପାଇଁ ସମୟ ପାଉନଥିବା ଦମ୍ପତ୍ତିମାନେ ଏବେ ଘରେ ରହିବାର ସୁଯୋଗ ପାଇଛନ୍ତି। ଏହାର ପ୍ରଭାବରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ବଢ଼ିଥିବା ଅନୁମାନ କରାଯାଉଛି। ଦେଶର ଅଧିକାଂଶ ଔଷଧ ଦୋକାନ ଓ ଇ-କମର୍ସ ସାଇଟ୍‌ଗୁଡ଼ିକରେ କଣ୍ଡୋମ୍ ଓ ଗର୍ଭନିରୋଧକ ବଟିକା ବିକ୍ରି ବହୁତ ବଢ଼ିଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର