ଡିଏସ୍‌ବିଏମ୍‌ ପକ୍ଷରୁ ଅର୍ଥନୀତି ଉପରେ କୋଭିଡ୍‌ର ପ୍ରଭାବ ସମ୍ପର୍କିତ ୱେବିନାର୍‌

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଡିଏଭି ସ୍କୁଲ୍ ଅଫ୍ ବିଜ‌୍‌ନେସ୍ ମ୍ୟାନେଜମେଣ୍ଟ (ଡିଏସ୍‌ବିଏମ୍‌) ପକ୍ଷରୁ ଭାରତୀୟ ଅର୍ଥନୀତି ଉପରେ କୋଭିଡ୍‌-୧୯ର ପ୍ରଭାବ ସମ୍ପର୍କିତ ଏକ ଅନ୍ତର୍ଜାତୀୟ ସ୍ତରର ୱେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇମ୍ଫାର ଆଇନଗତ ଓ କର୍ପୋରେଟ୍ ବ୍ୟାପାର ବିଭାଗ ମୁଖ୍ୟ ଅଶୋକ କୁମାର ‌ବେହେରା ମୁଖ୍ୟ ଅତିଥିଭାବେ ଓ କାଇରୋସ୍ଥିତ ବ୍ରିଟିସ ବିଶ୍ବବିଦ୍ୟାଳୟର ବିଶିଷ୍ଟ ଶିକ୍ଷାବିତ୍‌ ଡ. ଜେଇନବ ନାୱାର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସେମାନେ ବର୍ତ୍ତମାନର କରୋନାଜନିତ ପରିସ୍ଥିତି ଓ ଏହାର ମୁକାବିଲା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡା, ଅଧ୍ୟକ୍ଷ ଡ ଡି ଏନ୍‌ ମିଶ୍ର ଯୋଗଦେଇ ସେମାନଙ୍କ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଡିଏସ୍‌ବିଏମ୍‌ର ଦୁଇ ଛାତ୍ର ବିଧାନ ଅଗ୍ରୱାଲ ଓ ଦିବ୍ୟଦ୍ରଷ୍ଟା ମହାପାତ୍ର ଯଥାକ୍ରମ‌େ କୃଷିକ୍ଷେତ୍ର ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ଉପରେ କୋଭିଡର ପ୍ରଭାବ ସମ୍ପର୍କରେ ବିଶ୍ଳେଷଣ କରିଥିଲେ। ଏହି ଦୁଇ ଛାତ୍ରଙ୍କ ଉପସ୍ଥାପନାକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ପି. ଶୁଭମ ପାତ୍ରୋ, ଶ୍ରୀତମ ତ୍ରିପାଠୀ ଓ ଅମୃତ ପଟ୍ଟନାୟକ ଯାନ୍ତ୍ରିକ ସଂଯୋଜକ ଥିବାବେଳେ ଦିବ୍ୟାଶା ପ୍ରଧାନ ଧନ୍ୟବାଦ ଦେଇଥିଲେ। ଅର୍ଥନୀତି ଅଧ୍ୟାପିକା ଜୟଶ୍ରୀ ସ୍ବାଇଁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର