ଇ-କମର୍ସ ନୀତି ପରିବର୍ତ୍ତନକୁ ନେଇ ଦୁଇ ସଂଘ ମୁହାଁମୁହିଁ

ୱାସିଂଟନ: ଇ-କମର୍ସ କମ୍ପାନିଙ୍କ ପାଇଁ ସରକାର ନିକଟରେ ଘୋଷଣା କରିଥିବା ନୀତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆମେରିକା ଓ ଭାରତର ଦୁଇଟି ବାଣିଜ୍ୟ ସଂଘ ମୁହାଁମୁହିଁ ହେବାକୁ ବସିଛନ୍ତି। ବିଦେଶୀ ଇ-କମର୍ସ କମ୍ପାନିଙ୍କ ପାଇଁ ଭାରତ ସରକାର କଠୋର ନୀତି ଗ୍ରହଣ କରିଲେ ଏହା ଭାରତକୁ ଏଫଡିଆଇ ଆଗମନ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏଥିସହିତ ଭାରତୀୟ ଗ୍ରାହକମାନେ ମଧ୍ୟ ଏହାଦ୍ବାରା କ୍ଷତି ସହିବେ। ଆମେରିକା ଚାମ୍ବର ଅଫ କମର୍ସର ଶାଖା ୟୁଏସ ଇଣ୍ଡିଆ ଚାମ୍ବର ଅଫ କମର୍ସ (ୟୁଏସଏଆଇସି)ର ଅଧ୍ୟକ୍ଷ ନିଶା ଦେଶାଇ ବିଶ୍ବାଳ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆମେରିକ ବାଣିଜ୍ୟ ସଂଘର ଏହି ଧମକକୁ ନଡରିବା ପାଇଁ ଭାରତର ଶିଳ୍ପ ମହାସଂଘ (ସିଏଆଇଟି) କହିଛି। ଆମାଜନ ଓ ୱାଲମାର୍ଟ ଭଳି କମ୍ପାନି ଏଭଳି ସଂଘର କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବାକୁ ପ୍ରୟାସ କରୁଛନ୍ତି ବୋଲି ସିଏଆଇଟି କହିଛି। ଏହି ବିବାଦ ଆହୁରି ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି।

ସମ୍ବନ୍ଧିତ ଖବର