ଚୀନ୍‌ରୁ ଆସୁଥିବା ବିଦ୍ୟୁତ ଉପକରଣର ଯାଞ୍ଚ ହେବ

ନୂଆଦିଲ୍ଲୀ: ଚୀନ୍‌ରୁ ଆସୁଥିବା ସମସ୍ତ ବିଦ୍ୟୁତ ଉପକରଣକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌ କେ ସିଂହ କହିଛନ୍ତି। ଏହି ଉପକରଣଗୁଡ଼ିକରେ ମାଲ୍‌ଓୟାର ଓ ଟ୍ରୋଜାନ୍ ହର୍ସ ଥିବାର ଆଶଙ୍କା କରାଯାଉଛି। ଏହି ଭାଇରସ୍‌ ବ୍ୟବହାର କରି ଚୀନ୍‌ ବିଦ୍ୟୁତ ଗ୍ରିଡ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିପାରିବ। ଦେଶର ଅର୍ଥନୀତିକୁ ଦୁର୍ବଳ କରିବା ଲାଗି ଚୀନ୍ ଏଭଳି ପଦକ୍ଷେପ ନେଇପା‌ରେ। ଚୀନ୍‌ରୁ ଆସୁଥିବା ସୌର ଶକ୍ତି ଉପକରଣଗୁଡ଼ିକ ଉପରେ ସୀମା ଶୁଳ୍କ ଲଗାଇବା ପାଇଁ ମଧ୍ୟ ସରକାର ‌ଲକ୍ଷ୍ୟ ରଖିଛନ୍ତି। ଯେଉଁ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କ ଅତ୍ୟନ୍ତ ଖରାପ ରହିଛି ସେଠାରୁ ଆସୁଥିବା ସାମଗ୍ରୀଗୁଡ଼ିକର କଡ଼ାକଡ଼ି ଭାବେ ଯାଞ୍ଚ କରିବା, ସେଗୁଡ଼ିକର ମାନ ପରଖିବା, ଅଧିକ ଟିକସ ଲଗାଇବା ଆଦି ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଉପରେ ସରକାର ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର