ଇଏସ୍‌ଆଇସିର ସୁବିଧା ସମାଗମ ୮ରେ

ଭୁବନେଶ୍ୱର,: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ଏହାର ସଦସ୍ୟମାନଙ୍କ ଅଭିଯୋଗ ଶୁଣାଣି ଓ ଏହାର ସମାଧାନ ପାଇଁ ସୁବିଧା ସମାଗମ ଆୟୋଜନ କରାଯାଇଛି। ଭୁବନେଶ୍ୱର ଜନପଥରେ ଅବସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ଆସନ୍ତା ୮ ତାରିଖ (ବୁଧବାର) ଅପରାହ୍ନ ୩ଟାରେ ଏହି ସମାଗମ ଆୟୋଜନ କରାଯାଇଛି। ସେହିଭଳି ଆସନ୍ତା ୧୦ ତାରିଖ ଶୁକ୍ରବାର ଅପରାହ୍‌ଣ ୩ଟାରେ ରାଜ୍ୟରେ ଇଏସ୍‌ଆଇସିର ୨୪ଟି ଶାଖା କାର୍ଯ୍ୟାଳୟରେ ନଭେମ୍ବର ମାସ ପାଇଁ ସୁବିଧା ସମାଗମ ଆୟୋଜନ କରାଯାଇଛି ବୋଲି ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର