ଇଏସ୍‌ଆଇସିର ସୁବିଧା ସମାଗମ ୧୨ରେ

ଭୁବନେଶ୍ବର: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ପ୍ରତିମାସରେ ସଦସ୍ୟମାନଙ୍କର ଅଭିଯୋଗର ସମାଧାନ ଏବଂ ପରାମର୍ଶ ଗ୍ରହଣ ପାଇଁ ‘ସୁବିଧା ସମାଗମ’ ଆୟୋଜନ କରାଯାଇ ଆସୁଛି। ଜୁନ ମାସ ପାଇଁ ଭୁବନେଶ୍ବରସ୍ଥିତ ଆଞ୍ଚିଳିକ କାର୍ଯ୍ୟାଳୟରେ ଆସନ୍ତା ୧୨ ତାରିଖ (ବୁଧବାର) ଅପରାହ୍ଣ ୩ଟାରେ ସୁବିଧା ସମାଗମ ଆୟୋଜନ କରାଯିବ। ସେହିଭଳି ରାଜ୍ୟରେ ଥିବା ଇଏସଆଇସିର ୨୪ଟି ଶାଖା କାର୍ଯ୍ୟାଳୟରେ ଆସନ୍ତା ୧୪ ତାରିଖ ( ଶୁକ୍ରବାର) ଅପରାହ୍ଣ ୩ଟାରେ ସୁବିଧା ସମାଗମ ଆୟୋଜନ କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର