ୟୁକୋ ବ୍ୟାଙ୍କ ପୂର୍ବତନ ସିଏମ୍‌ଡିଙ୍କ ବିରୋଧରେ ସିବିଆଇ ମାମଲା

୬୨୧ କୋଟିର ଠକେଇ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଠକେଇ ଘଟଣା ଏବେ ପଦାକୁ ଆସିବାରେ ଲାଗିଛି। ଆଜି ୬୨୧ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ୟୁକୋ ବ୍ୟାଙ୍କର ପୂର୍ବତନ ସିଏମ୍‌ଡି ଅରୁଣ କୌଲ୍‌ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରିଛି। ଏହି ମାମଲାରେ ଦେଶର ୧୦ଟି ସ୍ଥାନରେ ସିବିଆଇ ଚଢ଼ଉ କରିବା ସହିତ ଯାଞ୍ଚ ଚଳାଇଛି। ଏଥିରେ ଦିଲ୍ଲୀର ୮ଟି ସ୍ଥାନ ଥିବାବେଳେ ମୁମ୍ବାଇର ୨ଟି ସ୍ଥାନ ରହିଛି। ବ୍ୟାଙ୍କରୁ ଏହି ବ୍ୟକ୍ତିମାନେ ଉପରୋକ୍ତ ପରିମାଣର ଋଣ ଅର୍ଥକୁ ଚଞ୍ଚକତା କରି ହାତେଇବାରେ ସକ୍ଷମ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀ କୌଲଙ୍କ ବ୍ୟତୀତ ଅନ୍ୟ ଯେଉଁମାନଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି ସେମାନଙ୍କ ମଧ୍ୟରେ ଇରା ଇଞ୍ଜିନିୟରିଂ ଇନ୍‌ଫ୍ରା ଇଣ୍ଡିଆ ଲିମିଟେଡର ସିଏମ୍‌ଡି ହେମ ସିଂହ ଭରାନା, ଦୁଇଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ପଙ୍କଜ ଜୈନ ଓ ବନ୍ଦନା ସାରଦା, ଆଲ୍ଟିଅସ୍‌ ଫିନ୍‌ସର୍ଭ ପ୍ରାଇଭେଟ ଲିମିଟେଡ୍‌ର ପଓ୍ଵନ ବନ୍‌ସଲ୍‌ଙ୍କ ସମେତ ଅନ୍ୟ ଅଜଣା ବ୍ୟକ୍ତିମାନେ ରହିଛନ୍ତି।

ସମ୍ବନ୍ଧିତ ଖବର