ଫ୍ୟୁଚର୍‌ ରିଟେଲ୍‌ ହରାଇବ ୯୫୦ ଷ୍ଟୋର୍‌

ନୂଆଦିଲ୍ଲୀ: କିଶୋର ବିୟାନିଙ୍କ ରିଟେଲ୍‌ ସାମ୍ରାଜ୍ୟ ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି ହୋଇଛି। ପ୍ରାୟ ୧୭୦୦ ଷ୍ଟୋର୍‌ର ମାଲିକ ଥିବା ଏହି ସଂସ୍ଥା ୯୫୦ଟି ଷ୍ଟୋର୍‌ ହରାଇବାକୁ ଯାଉଛି। ଏଥିରେ ରହିଛି ବିଗ୍ ବଜାର, ଏଫ୍‌ବିବି ଭଳି ୩୪୨ଟି ବଡ଼ ଷ୍ଟୋର୍‌, ଇଜିଡେ ଓ ହେରିଟେଜ୍ ଷ୍ଟୋର୍‌ ଭଳି ୪୯୩ଟି ଛୋଟ ଷ୍ଟୋର୍‌ ଏବଂ ଫ୍ୟୁଚର ଲାଇଫ୍‌ଷ୍ଟାଇଲ୍‌ ଫେସନ୍ସ ଅଧୀନରେ ଥିବା ୩୪ଟି ସେଣ୍ଟ୍ରାଲ୍‌ ଷ୍ଟୋର୍‌ ଓ ୭୮ଟି ବ୍ରାଣ୍ଡ୍ ଫ୍ୟାକ୍ଟ୍ରି ଷ୍ଟୋର୍‌। ଏହି ସବୁ ଷ୍ଟୋର ପାଇଁ ଫ୍ୟୁଚର ଗ୍ରୁପ୍ ଘର ମାଲିକଙ୍କୁ ଭଡ଼ା ଦେଇପାରୁନାହିଁ। କିଛି ବର୍ଷ ପୂର୍ବେ ଏଭଳି ସଙ୍କଟ ଦେଖାଦେଇଥିଲା। ଷ୍ଟୋର୍‌ଗୁଡ଼ିକ ବନ୍ଦ ହେବା ଭଳି ସ୍ଥିତି ସୃଷ୍ଟି ହେବାରୁ ସେଗୁଡ଼ିକୁ ବଞ୍ଚାଇବା ଲାଗି ମୁକେଶ ଅମ୍ବାନିଙ୍କ ସଂସ୍ଥା ରିଲାଏନ୍ସ ରିଟେଲ୍‌ ଘର ମାଲିକମାନଙ୍କ ସହ ଭଡ଼ା ପାଇଁ ଲିଜ୍ ଚୁକ୍ତି ସ୍ବାକ୍ଷର କରିଥିଲା। ଏହା ପରେ ସେହି ଘରଗୁଡ଼ିକୁ ସବ୍‌-ଲିଜ୍ ସୂତ୍ରରେ ଫ୍ୟୁଚର ରିଟେଲ୍‌କୁ ଦେଇଥିଲା।

ସମ୍ବନ୍ଧିତ ଖବର