ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ ଭାଙ୍ଗିବା ପରେ ସୁନା ଦର ହ୍ରାସ ପାଇଛି। ତେବେ ଆଗକୁ ବିବାହ ଋତୁ ଆସୁଥିବା ବେଳେ ସୁନାଗହଣା କିଣିବା ପାଇଁ ଯୋଜନା ରଖିଥିବା ଗ୍ରାହକଙ୍କ ପାଇଁ ଏହା ଖୁସି ଖବର। ସୁନା ଦର କିଛି ଦିନ ହେଲାଣି ବୃଦ୍ଧି ପାଇବାରେ ଲାଗିଥିଲା। ତେବେ ଦିଲ୍ଲୀ ସୁନା ମାର୍କେଟରେ ସୁନା ଦର ୧୪୦ଟଙ୍କା ହ୍ରାସ ପାଇ ପ୍ରତି ୧୦ଗ୍ରାମକୁ ୩୮,୩୩୦ଟଙ୍କା ପହଞ୍ଚିଛି। ସେହିପରି ରୁପା ଦରରେ ବି ହ୍ରାସ ପାଇଛି। ରୁପା ମୂଲ୍ୟ ୨୯୦ଟଙ୍କା ହ୍ରାସ ପାଇ ପ୍ରତି କିଲୋ ପିଛା ୪୪,୦୧୦ଟଙ୍କା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ସ୍ଥାନୀୟ ମାର୍କେଟରେ ୯୯.୯(୨୪ କ୍ୟାରେଟ) ସୁନା ୧୪୦ଟଙ୍କା ହ୍ରାସ ପାଇ ୩୮,୩୩୦ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ୯୯.୫(୨୨ କ୍ୟାରେଟ) ଶୁଦ୍ଧତା ସୁନା ଦରରେ ୧୪୦ଟଙ୍କା ହ୍ରାସ ପାଇ ୧୦ଗ୍ରାମ ପ୍ରତି ୩୮, ୧୬୦ଟଙ୍କା ରହିଛି। ସେହିପରି ଅନ୍ତର୍ଜାତୀୟ ମାର୍କେଟରେ ସୁନା ମୂଲ୍ୟ ୧,୫୦୪ ଡଲାର ପ୍ରତି ଓସ୍ ଓ ରୁପା ୧୭.୧୨ଡଲାର ପ୍ରତି ଓସ୍ ରହିଛି।