ଭଲ ପ୍ୟାକେଜିଂ ଖାଦ୍ୟକୁ ବିଶ୍ବ ବଜାରରେ ପହଞ୍ଚାଇ ପାରିବ

ଭୁବନେଶ୍ବର : ଓଡ଼ିଆ ଖାଦ୍ୟର ଠିକ୍‌ ପ୍ୟାକେଜିଂ ଗ୍ରାହକଙ୍କୁ ଆକର୍ଷିତ କରିବ। ଏଥିସହ ଉତ୍ପାଦକୁ ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରିବ। ତେଣୁ ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ହେଲେ ଉପଯୁକ୍ତ ପ୍ୟାକେଜିଂର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରାଳୟର ସଚିବ ବିଦ୍ୟୁତ ବିହାରୀ ସ୍ବାଇଁ ମତ ଦେଇଛନ୍ତି।

ହୋଟେଲ ନିଉ ମାରିଅନ ପରିସରରେ ଖାଦ୍ୟ ପ୍ୟାକେଜିଂ ଉପରେ ଆୟୋଜିତ ଜାତୀୟ କର୍ମଶାଳାରେ ଶ୍ରୀ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମତ ରଖିବା ସହିତ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀଙ୍କୁ ଉଦ୍ୟୋଗ ପଞ୍ଜିକରଣ ପାଇଁ ଆହ୍ୱାନ କରିଥିଲେ। ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମର ପାରମ୍ପରିକ ଖାଦ୍ୟର ସୁନ୍ଦର ପ୍ୟାକେଜିଂ ଓ ସଠିକ୍‌ ମାର୍କେଟିଂ ହୋଇପାରିଲେ ସେଗୁଡ଼ିକ ଆହୁରି ଲୋକପ୍ରିୟ ହୋଇପାରିବ ବୋଲି କହିଥିଲେ। ଓଡ଼ିଶା ଖଦି ଏବଂ ଗ୍ରାମଦ୍ୟୋଗ କମିସନର ନିର୍ଦ୍ଦେଶକ ସମୀର କୁମାର ମହାନ୍ତି ଏବଂ ଓର୍‌ମାସର ସିଇଓ ଗୁହା ପୁନମ ତାପସ କୁମାର ଏଥିରେ ଯୋଗଦେଇଥିଲେ। ଫୋରମ୍ ଫର ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ (ଫେଡ୍‌), ଭୁବନେଶ୍ୱରର ଅଧ୍ୟକ୍ଷ ପଞ୍ଚାନନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ଏମ୍‌ଏସ୍‌ଏମ୍‌ଇ ବିକାଶ ଏବଂ ସୁବିଧା କାର୍ଯ୍ୟାଳୟ, କଟକର ମୁଖ୍ୟ ପି କେ ଗୁପ୍ତା ସଂଯୋଜନା କରିଥିଲେ। ଏଥିରେ ଭାରତୀୟ ପ୍ୟାକେଜିଂ ଇନଷ୍ଟିଚ୍ୟୁଟ୍ କୋଲକତା ଓ ଅନ୍ୟ ସଂସ୍ଥାର ବିଶେଷଜ୍ଞ ଓ ମେସିନ୍ ଯୋଗାଣକାରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର