ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଖୋଲିଲା ସ୍ମାର୍ଟଅପ୍‌ ଜୋନ୍‌

ଭୁବନେଶ୍ୱର: ଷ୍ଟାର୍ଟ ଅପ୍‌ ଉଦ୍ୟୋଗୀଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ଏବଂ ବୈଷୟିକ ପରାମର୍ଶ ଦେବା ଲାଗି ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ସ୍ମାର୍ଟଅପ୍‌ ଜୋନ୍‌ ଆରମ୍ଭ କରାଯାଇଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସ୍ଥାନୀୟ ରାମମନ୍ଦିର ନିକଟ ଜନପଥ ଶାଖାରେ ଏହି ଜୋନ୍‌କୁ ଆଜି ରିଜର୍ଭ ବ୍ୟାଙ୍କର ସାଧାରଣ ପରିଚାଳକ (ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ବିକାଶ ବିଭାଗ) ଏ. ଆର୍‌. ସାମଲ ଏବଂ ବ୍ୟାଙ୍କର ଓଡ଼ିଶା ମୁଖ୍ୟ ଦେବାଶିଷ ସେନାପତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ଶାଖାରେ ଷ୍ଟାର୍ଟ ଅପ୍‌ ଉଦ୍ୟୋଗୀ ଓ ଉଦ୍ୟୋଗ ସ୍ଥାପନ ଲାଗି ଆଗ୍ରହୀ ବ୍ୟକ୍ତିମାନଙ୍କୁ ବିଭିନ୍ନ ପରାମର୍ଶ ଦେବାକୁ ଜଣେ ତାଲିମପ୍ରାପ୍ତ ଅଧିକାରୀ ରହିବେ। ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଦେଶର ୩୦ଟି ସହରରେ ୬୫ଟି ଶାଖାରେ ଏଭଳି ଜୋନ୍‌ ସ୍ଥାପନ ଯୋଜନା ରଖିଛି ବୋଲି ଶ୍ରୀ ସେନାପତି ସୂଚନା ଦେଇଥିଲେ। ଏହା ଉଭୟ ବ୍ୟାଙ୍କର ବ୍ୟବସାୟ ବଢ଼ାଇବା ସହିତ ରାଜ୍ୟରେ ଉଦ୍ୟୋଗ ସ୍ଥାପନ ଓ ଆର୍ଥିକ ବିକାଶରେ ସହାୟକ ହେବ ବୋଲି ଶ୍ରୀ ସେନାପତି କହିଥିଲେ।

ସମ୍ବନ୍ଧିତ ଖବର