କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଦ୍ବିତୀୟ ସ୍ଥାନରେ

ମୁମ୍ବାଇ : ଭାରତୀୟଙ୍କ ମଧ୍ୟରେ ବିଟ୍‌କଏନ୍ ଓ ଏଥେରିଅମ୍ ଭଳି କ୍ରିପ୍‌ଟୋକରେନ୍ସି ବା ଡିଜିଟାଲ୍ ମୁଦ୍ରାର ଗ୍ରହଣୀୟତା ବୃଦ୍ଧି ପାଇଛି। ଚେନ୍‌ଆନାଲିସିସ୍‌ ନାମକ ସଂସ୍ଥା ଜାରି କରିଥିବା ଏକ ରିପୋର୍ଟରେ କ୍ରିପ୍‌ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ତଳକୁ ପାକିସ୍ତାନ, ୟୁକ୍ରେନ, କେନିଆ ଓ ନାଇଜେରିଆର ନାମ ରହିଛି। ବିଶ୍ବର ୧୪୦ଟି ଦେଶକୁ ନେଇ ଏହି ତାଲିକା ତିଆରି କରାଯାଇଛି। ଗତବର୍ଷ ତୁଳନାରେ ଡିଜିଟାଲ୍ ମୁଦ୍ରା ଗ୍ରହଣୀୟତା ୮୮୧% ବଢ଼ିଛି। ୨୦୧୯ ପରଠାରୁ ଏହି ହାର ୨୩୦୦% ବଢ଼ିଥିବା ଜଣାପଡ଼ିଛି। ତେବେ ଆମେରିକା ଓ ଚୀନ୍ ଭଳି ପରିପକ୍ବ ବଜାରରେ କ୍ରିପ୍‌ଟୋକରେନ୍ସିର ଗ୍ରହଣୀୟତା ହ୍ରାସ ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର