ଆଇଟିସିର ୫ କୋଟି ଟଙ୍କା ସହାୟତା

ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇଥିବା ଲୋକମାନଙ୍କ ସହାୟତା ନିମନ୍ତେ ଆଇଟିସି ପକ୍ଷରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷ (ଓସ୍‌ଡମା)କୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। କଂପାନିର ସିଏମ୍‌ଡି ସଞ୍ଜୀବ ପୁରୀ ଏବାବଦ ଚେକ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ହସ୍ତାନ୍ତର କରିଛନ୍ତି। ଆଇଟିସି ରାଜ୍ୟ ସରକାରଙ୍କ ସହ ମିଶି ବାତ୍ୟା ପ୍ରଭାବିତ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଓ ପର୍ସନାଲ୍ କେୟାର ଉତ୍ପାଦ ଆଦି ରିଲିଫ୍‌ ଉପକରଣ ବଣ୍ଟନ କରୁଛି। କ୍ରମାଗତ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଶ୍ରୀ ପୁରୀ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ଗତକାଲିର ଶପଥ ଗ୍ରହଣ ସମାରୋହ ପରେ ଶ୍ରୀ ପୁରୀ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ।

ସମ୍ବନ୍ଧିତ ଖବର