ଏବେ ଜିଓ ଉପଭୋକ୍ତାମାନଙ୍କୁ ମିଳିବନି ଟପ୍ ଅପ୍ ଭାଉଚର୍ ସହିତ ଅତିରିକ୍ତ ଡାଟା ସୁବିଧା

ନୂଆଦିଲ୍ଲୀ: ଆଜିଠାରୁ ଜିଓରୁ ଭାରତର ଯେକୌଣସି ନେଟୱାର୍କକୁ ସମସ୍ତ ଭଏସ୍‌ କଲ୍‌ ଗ୍ରାହକମାନଙ୍କୁ ସଂପୂର୍ଣ୍ଣ ମାଗଣା ଉପଲବ୍ଧ ହୋଇଛି। ଜିଓ ନେଟଓ୍ଵାର୍କରୁ ଅନ୍ୟ ନେଟ୍‌ଓ୍ଵାର୍କକୁ ଭଏସ କଲ୍‌ କଲେ ଗ୍ରାହକମାନଙ୍କୁ ଆଉ କୌଣସି ପ୍ରକାରର ଦେୟ ଦେବାକୁ ପଡ଼ିବ ନାହିଁ। ଇଣ୍ଟରକନେକ୍ଟ ୟୁଜେସ ଚାର୍ଜ(ଆଇୟୁସି) ହେତୁ ଜିଓ ଅଫଲାଇନ୍ କଲିଂ ପାଇଁ ଗ୍ରାହକଙ୍କଠାରୁ ଟଙ୍କା ନେବା ଆରମ୍ଭ କରିଥିଲା। ଏବେ ଟ୍ରାଇ ଆଇୟୁସି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାରୁ ଜିଓ ଲୋକାଲ ଅଫଲାଇନ୍ କଲିଂକୁ ମାଗଣା କରିଛି । କିନ୍ତୁ ଏହା ସହିତ କମ୍ପାନି ନିଜ ଉପଭୋକ୍ତାମାନଙ୍କୁ ଦେଉଥିବା କମ୍ପ୍ଲିମେଣ୍ଟାରି ଡାଟା ସୁବିଧା ଦେବା ମଧ୍ୟ ବନ୍ଦ କରିଦେଇଛି।

ପୂର୍ବରୁ ଅଫଲାଇନ୍ କଲିଂ ପାଇଁ ଟଙ୍କା ନେଉଥିବାରୁ ରିଲାଏନ୍ସ ଜିଓ ବ୍ୟବହାରକାରୀଙ୍କୁ ଟପ୍-ଅପ୍ ଭାଉଚର୍ ସହିତ ୧ଜିିବି, ୨ଜିବି, ୩ଜିବି,୫ଜିବି, ୧୦ଜିିବି, ୫୦ଜିବି ଏବଂ ୧୦୦ଜିବି ଡାଟା ଯୋଗାଉଥିଲା। ଏହି ଟକ୍ ଟାଇମ୍ ଭାଉଚର୍ ୧୦ଟଙ୍କାରୁ ଆରମ୍ଭ ହେଉଥିଲା। ୧୦ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ଟପ୍ ଅପ୍ ଭାଉଚର୍ ସହିତ ଅତିରିକ୍ତ ଡାଟା ଦିଆଯାଉଥିଲା, ଯାହା ବର୍ତ୍ତମାନ ଉପଲବ୍ଧ ହେବ ନାହିଁ ।

Jio complimentary data
aajtak

ରିଲାଏନ୍ସ ଜିଓର ୱେବସାଇଟରେ କୁହାଯାଇଛି ଯେ, ଜିଓରୁ ଅନ୍ୟ ଏକ ନମ୍ବରକୁ କଲ କରିବା ପାଇଁ ଖର୍ଚ୍ଚ ହେଉଥିବା ପ୍ରତି ୧୦ଟଙ୍କାରେ ଉପଭୋକ୍ତାଙ୍କୁ ୧ଜିବି ଡାଟା କମ୍ପ୍ଲେମେଣ୍ଟାରି ଦିଆଯାଉଥିଲା। ବର୍ତ୍ତମାନ ଯେହେତୁ ଜିଓ ଦ୍ୱାରା ଲୋକାଲ୍ ଅଫ୍ ନେଟ୍ କଲିଂ ମାଗଣା କରିଦିଆଯାଇଛି, ଏଭଳି ପରିସ୍ଥିତିରେ ଏହି ଡାଟା ଅଫର୍ ଆଉ କାମ କରିବ ନାହିଁ। ଯଦିଓ ଏହି ଟପ୍ ଅପ୍ ଭାଉଚର୍ ଉପଲବ୍ଧ ହେବ, କିନ୍ତୁ ରିପୋର୍ଟ ଅନୁଯାୟୀ, ପୂର୍ବ ପରି ସେଗୁଡ଼ିକ ସହିତ ଅତିରିକ୍ତ ଡାଟା ଦିଆଯିବ ନାହିଁ |

ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ଅକ୍ଟୋବର ୨୦୨୦ରୁ ଅନ୍ୟ ନେଟ୍‌ଓ୍ଵାର୍କକୁ ଭଏସ କଲ୍‌ ପାଇଁ ବ୍ୟବହାରକାରୀଙ୍କଠାରୁ ଟଙ୍କା ନେବା ଆରମ୍ଭ କରିଥିଲା। ପ୍ରତି ମିନିଟରେ ୬ପଇସା ଚାର୍ଜ କରାଯାଉଥିଲା | ଏଥିପାଇଁ କମ୍ପାନି କିଛି ବିଶେଷ ରିଚାର୍ଜ ମଧ୍ୟ ଆଣିଥିଲା, ଯାହା ବୋଧହୁଏ ବର୍ତ୍ତମାନ ଶେଷ କରିଦିଆଯିବ।

ସମ୍ବନ୍ଧିତ ଖବର