କାନାରା ବ୍ୟାଙ୍କ ଅଫିସର୍ସ ସଂଘର ବୈଠକ

ଭୁବନେଶ୍ୱର: କାନାରା ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌ ଓଡ଼ିଶା ୟୁନିଟ୍‌ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଓୟୁଏଟିର ଆସେମ୍ବ୍ଲି ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରୁ ପ୍ରାୟ ୫୦୦ରୁ ଅଧିକ ସଦସ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ କାନାରା ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍‌ର ସର୍ବଭାରତୀୟ ସାଧାରଣ ସମ୍ପାଦକ ଭି. ମଣିମରନ ଅଧ୍ୟକ୍ଷତା କରିଥିଲେ। ଆଞ୍ଚଳିକ ସମ୍ପାଦକ ହେମନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସଂଘର ଓଡ଼ିଶା ୟୁନିଟ୍‌ ସାଧାରଣ ସମ୍ପାଦକ ପି.କେ. ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ସହ-wwସାଧାରଣ ସମ୍ପାଦକ ଏସ୍‌.ଏନ୍‌ ତ୍ରିପାଠୀ ବ୍ୟାଙ୍କ ଶିଳ୍ପର ବର୍ତମାନ ସ୍ଥିତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ। ଏହି ବୈଠକରେ କେନ୍ଦ୍ରୀୟ କମିଟି ସଦସ୍ୟ ଆର୍‌.କେ. ବେହେରା, ବ୍ରହ୍ମପୁର ଅଞ୍ଚଳର ହେମନ୍ତ କୁମାର ପାତ୍ର, ଭଦ୍ରକ ଅଞ୍ଚଳର ସଧାଇ ଟୁଡୁ, ସମ୍ବଲପୁର ଅଞ୍ଚଳର ବିରୋନିକା ଟପ୍ପୋ ଆଦି ଆଞ୍ଚଳିକ ସମ୍ପାଦକମାନେ ଯୋଗ ଦେଇଥିଲେ। ସୌମ୍ୟ ମହାପାତ୍ର ଧନ୍ୟବାଦ

ସମ୍ବନ୍ଧିତ ଖବର