ଆଇବିଏ ପରିଚାଳନା କମିଟିରେ କର୍ଣ୍ଣାଟକ ବ୍ୟାଙ୍କ ଏମ୍‌ଡି

ଭୁବନେଶ୍ବର : ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ)ର ପରିଚାଳନା କମିଟିରେ କର୍ଣ୍ଣାଟକ ବ୍ୟାଙ୍କର ଏମ୍‌ଡି ମହାବଳେଶ୍ବର ଏମ୍ ଏସ୍‌ଙ୍କୁ ସାମିଲ କରାଯାଇଛି। ମୁମ୍ବାଇ ଠାରେ ଅନୁଷ୍ଠିତ ଆଇବିଏର ବାର୍ଷିକ ସାଧାରଣ ବୈଠକ ଅବସରରେ ଏହି ଘୋଷଣା କରାଯାଇଛି। ଘରୋଇ ବ୍ୟାଙ୍କ କ୍ଷେତ୍ରର ସଦସ୍ୟ ଭାବେ ତାଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ଆଇବିଏ କମିଟି‌ର ସଦସ୍ୟ ହୋଇଥିବାରୁ ମହାବଳେଶ୍ବର ଖୁସି ଜାହିର କରିଛନ୍ତି। ଆଇବିଏ ହେଉଛି ଭାରତୀୟ ବ୍ୟାଙ୍କ ଶିଳ୍ପର ସବୁଠୁ ବଡ଼ ସଂଘ ଯାହା ଅଧୀନରେ ସରକାରୀ, ଘରୋଇ ଓ ବିଦେଶୀ ବ୍ୟାଙ୍କ ରହିଛନ୍ତି। ସଂଘର ସଦସ୍ୟ ସଂଖ୍ୟା ୨୫୩ ରହିଛି।

ସମ୍ବନ୍ଧିତ ଖବର