ଅଗରବତି ବ୍ୟବସାୟରେ ଲାଲୁଙ୍କ ବଡ଼ ପୁଅ

ପାଟ୍‌ନା : ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜ୍‌ ପ୍ରତାପ ଯାଦବ ବ୍ୟବସାୟ ଦୁନିଆରେ ପ୍ରବେଶ କରିଛନ୍ତି। ସେ ଅଗରବତି କାରବାର ଆରମ୍ଭ କରିଛନ୍ତି। ‘ଏଲ୍‌ଆର୍‌’ ବ୍ରାଣ୍ଡ୍ ନାମରେ ସେ ଅଗରବତି ବିକ୍ରି କରୁଛନ୍ତି। ‌ତେଜ୍‌ ପ୍ରତାପଙ୍କ ମତରେ ଏହି ଅଗରବତିଗୁଡ଼ିକରେ କୌଣସି ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରାଯାଉନାହିଁ। କେବଳ ଫୁଲରୁ ପ୍ରସ୍ତୁତ ସୁଗନ୍ଧକୁ ଏଥିପାଇଁ ବ୍ୟବହାର କରାଯାଉଛି। ବିହାରର ରାଜଧାନୀ ପାଟ୍‌ନାରେ ସେ ଏଲ୍‌ଆର୍‌ ରାଧାକୃଷ୍ଣ ଅଗରବତିକୁ ସେ ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର