ଲାନ୍‌ସର ଆଣିଲା ପ୍ରିମିୟମ ଜୋତା

ନୂଆଦିଲ୍ଲୀ: ଲାନ୍‌ସର୍‌ ଫୁଟ୍‌ଓୟାର ପକ୍ଷରୁ ହିରୋ ଉତ୍ପାଦ କଲେକ୍ସନ ଜୋତାର ବଜାର ପ୍ରବେଶ ଘୋଷଣା କରାଯାଇଛି। କମ୍ପାନିର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଗୁପ୍ତା ପ୍ରଦୀପ ପ୍ରଜ୍ବଳନ କରି ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଏଥିରେ କମ୍ପାନିର ନିର୍ଦ୍ଦେଶକ ଅଭିଶେଷ ଗୁପ୍ତା, ଆଶିଷ ଗୁପ୍ତା ଏବଂ ସୌରଭ ଗୁପ୍ତାଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଡିଲର ଏବଂ ପ୍ରମୁଖ ରିଟେଲରମାନେ ଯୋଗ ଦେଇଥିଲେ। କମ୍ପାନି ଏହାର ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ପ୍ରିମିୟମ ଉତ୍ପାଦ ଯୋଗାଇ ଦେବା ଉପରେ ପୂର୍ବପରି ଧ୍ୟାନ ଜାରି ରଖିବ ବୋଲି ଅଧିକାରୀମାନେ ମତ ଦେଇଥିଲେ। କମ୍ପାନି ପକ୍ଷରୁ ଉତ୍ତମ ଗୁଣବତ୍ତାଯୁକ୍ତ ୧୨ଟି ଉତ୍ପାଦର ଉନ୍ମୋଚନ କରାଯାଇଥିଲା। ଏଥିରେ ଅଖିଳ ଭାରତୀୟ ନେତ୍ରହୀନ ସଂଘର ଦୃଷ୍ଟିହୀନ ପିଲାମାନେ ଧ୍ୟାନର କେନ୍ଦ୍ରବିନ୍ଦୁ ସାଜିଥିଲେ।

ସମ୍ବନ୍ଧିତ ଖବର