ଉଜ୍ଜ୍ୱଳା ହିତାଧିକାରୀଙ୍କଠାରୁ ଋଣ ଆଦାୟ ସ୍ଥଗିତ ରଖିଲେ କମ୍ପାନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏଲ୍‌ପିଜି ସଂଯୋଗ ନେଇଥିବା ଗ୍ରାହକଙ୍କ ପାଇଁ କମ୍ପାନି ଗୁଡ଼ିକ ଋଣ ଆଦାୟକୁ କିଛିଦିନ ପାଇଁ ସ୍ଥଗିତ ରଖିଛନ୍ତି। ଆସନ୍ତା ଏପ୍ରିଲ ପହିଲାରୁ ପରବର୍ତୀ ୬ ଥର ଏଲ୍‌ପିଜି ଭର୍ତି (ରିଫିଲ୍‌) କରିବା ଯାଏ ହିତାଧିକାରୀଙ୍କଠାରୁ ଋଣ ଅସୁଲ କରାଯିବ ନାହିଁ। ଏଥିପାଇଁ କମ୍ପାନି ଗୁଡ଼ିକ ପକ୍ଷରୁ ନିର୍ଦେଶାବଳୀ ମଧ୍ୟ ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ହିତାଧିକାରୀମାନେ ଷ୍ଟୋଭ ଏବଂ/ବା ପ୍ରଥମ ପ୍ରଥମ ଥରର ଏଲ୍‌ପିଜି ପାଇଁ ଋଣ ନେଇଛନ୍ତି ସେମାନଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ। ସେହିଭଳି ଯେଉଁ ହିତାଧିକାରୀଙ୍କ ଉପରେ ମାର୍ଚ ୩୧,୨୦୧୮ ସୁଦ୍ଧା ଋଣ ପରିମାଣ ଅସୁଲ ହେବାକୁ ରହିଛି ସେମାନଙ୍କଠାରୁ ମଧ୍ୟ ଆସନ୍ତା ୬ଥରର ରିଫିଲ ପର୍ଯ୍ୟନ୍ତ ଋଣ ଆଦାୟକୁ ସ୍ଥଗିତ ରଖାଯାଇଛି। ଏଥିସହିତ ଆସନ୍ତା ଏପ୍ରିଲ ପହିଲାରୁ ଯେଉଁମାନେ ନୂଆ ସଂଯୋଗ ନେବେ ସେମାନଙ୍କଠାରୁ ମଧ୍ୟ ୬ଥର ଏଲ୍‌ପିଜି ରିଫିଲ୍‌ ପର୍ଯ୍ୟନ୍ତ ଏହି ଋଣ ଆଦାୟ ସ୍ଥଗିତ ରଖାଯିବ। ଏହାଦ୍ୱାରେ ଦେଶରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର ବୃଦ୍ଧି ପାଇବ ବୋଲି ସରକାର ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର