ଷ୍ଟକ ବଜାରରୁ ମାଲ୍ୟା ୩ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ୟୁନାଇଟେଡ୍‌ ସ୍ପିରିଟ୍‌ର ପାଣ୍ଠିକୁ ବେଆଇନ ଭାବେ ସ୍ଥାନାନ୍ତର କରିଥିବା ମାମଲା ବିଚାରକୁ ନେଇ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ପକ୍ଷରୁ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ୩ ବର୍ଷର ବାସନ୍ଦାଦେଶ ଲାଗୁ କରାଯାଇଛି। ତାଙ୍କ କଂପାନିର ଅନ୍ୟ ଦୁଇ ଅଧିକାରୀ ଆଶୋକ କାପୋର ଓ ପି ଏ ମୂରଲୀଙ୍କ ଉପରେ ମଧ୍ୟ ଏକ ବର୍ଷର ବାସନ୍ଦାଦେଶ ଲାଗୁ କରାଯାଇଛି। ସେବି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ମାଲ୍ୟା ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ କୌଣସି ତାଲିକାଭୁକ୍ତ କଂପାନିର ନିର୍ଦେଶକ ଭାବେ କାମ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର