ଚନ୍ଦାଙ୍କ ଛୁଟିକୁ ନେଇ ଚର୍ଚା

ନୂଆଦିଲ୍ଲୀ: ଭିଡିଓକନ୍‌ ଋଣ ମାମଲାରେ ବିବାଦୀୟ ହୋଇପଡ଼ିଥିବା ଆଇସିଆଇସିଆଇ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚର ଛୁଟିରେ ଅଛନ୍ତି। କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ଚନ୍ଦାଙ୍କୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଯିବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏହା ଜଣାପଡ଼ିବା ପରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରତିବର୍ଷ ଚନ୍ଦା ଯେଉଁଭଳି ଛୁଟିରେ ଯାଆନ୍ତି ଏଥର ମଧ୍ୟ ସେଭଳି ଛୁଟି ନେଇଛନ୍ତି। ଏହି ଛୁଟିର ଯୋଜନା ଆଗୁଆ ପ୍ରସ୍ତୁତ ହୋଇଥିଲା। ଚନ୍ଦାଙ୍କ ଉତ୍ତରାଧିକାରୀ ଚୟନ କରିବା ପାଇଁ ବ୍ୟାଙ୍କ ବୋର୍ଡ ପକ୍ଷରୁ ଏକ ଅନୁସନ୍ଧାନ କମିଟି ଗଠନ କରାଯାଇଥିବା ଖବରକୁ ମଧ୍ୟ ଆଇସିଆଇସିଆଇ ବ୍ୟାଙ୍କ ଖଣ୍ଡନ କରିଛି।

ସମ୍ବନ୍ଧିତ ଖବର