ମାରୁତିର ‘ଦି ଗ୍ରେଟ୍‌ ପ୍ରି-ଓନଡ୍‌ କାର୍‌ ଫେଷ୍ଟ୍‍’

ଭୁବନେଶ୍ୱର: ମାରୁତି ସୁଜୁକି ପକ୍ଷରୁ ଖଣ୍ଡଗିରି କ୍ରିକେଟ୍‌ ପଡ଼ିଆରେ ଆୟୋଜନ କରାଯାଇଛି ‘ଦି ଗ୍ରେଟ୍‌ ପ୍ରି-ଓନଡ୍‌ କାର୍‌ ଫେଷ୍ଟିଭାଲ୍‌’ ଆୟୋଜନ କରାଯାଇଛି। ଚଳିତ ମାସ ୧୩ରୁ ଆରମ୍ଭ ହୋଇଥିବା ଏହି ମେଗା ୟୁଜଡ୍‌ କାର୍‌ ଫେଷ୍ଟିଭାଲ୍‌ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପାଞ୍ଚ ଦିନରେ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ବିଭନ୍ନ ବ୍ରାଣ୍ଡ୍‌ର ୟୁଜଡ୍‌ କାର୍‌ କିଣିବାର ସୁଯୋଗ ପ୍ରଦାନ କରାଯାଉଛି। ଟ୍ରୁ ଭାଲ୍ୟୁ (ଓଡ଼ିଶା ଓ ଛତିଶଗଡ଼)ର ଆଞ୍ଚଳିକ ପ୍ରବନ୍ଧକ ସୌମ୍ୟକାନ୍ତ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି। ମାରୁତି ସୁଜୁକି ଡିଲରସିପ୍‌ର ଟେରିଟୋରି ମ୍ୟାନେଜର ଏବଂ ଡିଲରସିପ୍‌ର ପ୍ରବନ୍ଧକମାନେ ଉପସ୍ଥିତ ଥିଲେ। ଏହି ଫେଷ୍ଟିଭାଲ୍‌ କଟକ ଓ ଭୁବନେଶ୍ୱରର ଚାରିଟି ଡିଲରସିପ୍‌ ଜ୍ୟୋତି ମୋଟର୍ସ, ସ୍କାଏ ଅଟୋମୋବାଇଲସ୍‌ ଓ ନାରାୟଣୀ ମୋର୍ଟସ ଅଂଶଗ୍ରହଣ କରିଛନ୍ତି। ଶତାଧିକ କାର୍‌ ପ୍ରଦର୍ଶିତ କରାଯାଇଛି। ଏହି ଫେଷ୍ଟିଭାଲ୍‌ ଦିନ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି। ସ୍ୱତନ୍ତ୍ର ଅଫର ଭାବେ ଟାଙ୍କି ଭର୍ତି ତେଲ ଏବଂ ଏମ୍‌ଜିଏ ଅଫର ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର