୨୦୨୦ରେ ଅନେକ ପରିବର୍ତ୍ତନ, ଆସିବ ଫୋଲ୍‌ଡେବଲ୍ ସ୍ମାର୍ଟଫୋନ୍‌

ବାଣିଜ୍ୟିକ, ଅଫିସ୍‌ ଗୃହର ଚାହିଦା ବଢ଼ିବ

ପ୍ରଯୁକ୍ତି କ୍ଷେତ୍ରରେ ୨୦୨୦ରେ ଅନେକ କିଛି ପରିବର୍ତ୍ତନ ଘଟିବ। ଏହି କ୍ଷେତ୍ର ଉପରେ ନଜର ରଖିଥିବା ବିଶେ‌ଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ବର୍ଷ କ୍ବାଡ୍‌ ଓ ପେଣ୍ଟା କ୍ୟାମେରା ଥିବା ଫୋନ୍ ଆସିବ। ଫୋନ୍‌ କ୍ୟାମେରାରେ ସେନ୍‌ସର୍‌ ସଂଖ୍ୟା ବଢ଼ିବ। କଂପାନିଗୁଡ଼ିକ ସୁଲଭ ମୂଲ୍ୟର ୫ଜି ଫୋନ୍ ଆଣିବେ। ଆଉ କିଛି କଂପାନି ଫୋଲ୍‌ଡେବଲ୍ ସ୍ମାର୍ଟଫୋନ୍ ଆଣିବା ଉପରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏହା ସତ୍ତ୍ବେ ଆସନ୍ତା ବର୍ଷ ମଧ୍ୟମ-ମୂଲ୍ୟ ବର୍ଗର ସ୍ମାର୍ଟଫୋନ୍‌ର ରାଜୁତି ରହିବ ବୋଲି ସେମାନେ ଆକଳନ କରିଛନ୍ତି। ଫୋନ୍ କ୍ୟାମେରାରେ ଉନ୍ନତ ଜୁମ୍ ପ୍ରଯୁକ୍ତି ବ୍ୟବହାର କରିବା ଉପରେ ମଧ୍ୟ କିଛି ହ୍ୟାଣ୍ଡସେଟ୍ ନିର୍ମାତା କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆସନ୍ତା ବର୍ଷ ନେଟ୍‌ଫ୍ଲିକ୍ସ, ହଟ୍‌ ଷ୍ଟାର୍‌ ଭଳି ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମଗୁଡ଼ିକର ଗ୍ରହଣୀୟତା ବଢ଼ିବ ବୋଲି ଆଶା କରାଯାଉଛି।

ବାଣିଜ୍ୟିକ, ଅଫିସ୍‌ ଗୃହର ଚାହିଦା ବଢ଼ିବ
ରିଅଲ ଇଷ୍ଟେଟ୍‌ ଶିଳ୍ପରେ ବଡ଼ ଧରଣର ସୁଧାର ହେବାର ବହୁତ କମ୍ ସମ୍ଭାବନା ରହିଛି। ଆବାସିକ ପ୍ରକଳ୍ପଗୁଡ଼ିକର ଅବସ୍ଥା ପ୍ରାୟ ୨୦୧୯ର ସ୍ଥିତି ଭଳି ରହିବ। ମାତ୍ର ବାଣିଜ୍ୟିକ ଓ ଅଫିସ୍‌ ଗୃହର ଚାହିଦା ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଲଜିଷ୍ଟିକ୍‌ କଂପାନିଗୁଡ଼ିକର ଅଭିବୃଦ୍ଧି ଯୋଗୁଁ ଗୋଦାମ ଘର ଚାହିଦା ବଢ଼ିବାର ସମ୍ଭାବନା ରହିଛି। ୨୦୧୯ରେ ରିଅଲ ଇଷ୍ଟେଟ୍‌ କ୍ଷେତ୍ର ପାଇଁ ସରକାର ଘୋଷଣା କରିଥିବା ପଦକ୍ଷେପର ଲାଭ ୨୦୨୦ରେ ମିଳିବାର ସମ୍ଭାବନା ରହିଛି।

 

ସମ୍ବନ୍ଧିତ ଖବର