ଭାରତରେ ନିବେଶ କରିବାକୁ ଆମେରିକୀୟ ଶିଳ୍ପପତିଙ୍କୁ ଆମନ୍ତ୍ରଣ କଲେ ମୋଦୀ

ନୂଆଦିଲ୍ଲୀ : ଭାରତରେ ନିବେଶ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ କମ୍ପାନିମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ନ୍ୟୁୟର୍କଠାରେ ଅନୁଷ୍ଠିତ ଗ୍ଲୋବାଲ ବିଜନେସ ସମିଟ ଅବସରରେ ସେ କହିଛନ୍ତି ଯେ ତାଙ୍କ ସରକାରଙ୍କ ଦ୍ୱାରା ନିକଟରେ କର୍ପୋରେଟ ଟିକସ ହ୍ରାସ କରାଯାଇଛି । ଭାରତରେ ନିବେଶ କରିବା ପାଇଁ ଏହା ବ୍ୟବସାୟ ଜଗତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଭାରତ ସରକାର ବିଦେଶୀ ପୁଞ୍ଜିନିବେଶ ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ଖୋଲିଦେଇଛନ୍ତି । ବିଦେଶୀ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣକାରୀ କମ୍ପାନିମାନେ ଏହାର ସୁଯୋଗ ନେଇପାରିବେ ।
ସରକାର ଗତ ସପ୍ତାହରେ କର୍ପୋରେଟ ଟିକସକୁ ୨୨ ପ୍ରତିଶତକୁ ହ୍ରାସ କରିଥିଲେ । ଏହା ସହିତ ନୂଆ ମାନୁଫାକଚରିଂ ଶିଳ୍ପ ପାଇଁ କର୍ପୋରେଟ ଟିକସ ୧୫ ପ୍ରତିଶତ କରିଥିଲେ । ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସମ୍ବନ୍ଧିତ ଖବର