ମୁକେଶ ଆଉ ୫ ବର୍ଷ ରହିବେ ରିଲାଏନ୍ସ ମୁଖ୍ୟ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ମୁକେଶ ଅମ୍ବାନି ଆଉ ୫ ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ। କମ୍ପାନିର ୪୧ତମ ବାର୍ଷିକ ସାଧାରଣ ବୈଠକରେ ଅଂଶଧାରୀମାନେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ୬୧ ବର୍ଷୀୟ ମୁକେଶଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦୧୯ ଏପ୍ରିଲ ୧୯ ତାରିଖରେ ଶେଷ ହେଉଛି। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଆଉ ୫ ବର୍ଷ ପାଇଁ କମ୍ପାନିର ସିଏମ୍‌ଡି ପଦରେ ଅବସ୍ଥାପିତ କରିବା ଲାଗି ବୈଠକରେ ଯେଉଁ ପ୍ରସ୍ତାବ ଆଗତ ହୋଇଥିଲେ ତାହା ଗୃହୀତ ହୋଇଛି। ମୁକେଶଙ୍କ କାର୍ଯ୍ୟକାଳ ବୃଦ୍ଧି ସପକ୍ଷରେ ୯୮.୫% ଭୋଟ୍‌ ମିଳିଛି। ମୁକେଶ ଗତ ୧୯୭୭ ମସିହାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରଜ୍‌ର ବୋର୍ଡରେ କାର୍ଯ୍ୟ କରି ଆସୁଛନ୍ତି। ୨୦୦୨ ଜୁଲାଇରେ ବାପା ତଥା କମ୍ପାନିର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କ ମୃତ୍ୟୁ ପରେ ମୁକେଶ କମ୍ପାନିର ଅଧ୍ୟକ୍ଷ ହୋଇଥିଲେ।

ସମ୍ବନ୍ଧିତ ଖବର