ଏସିଆନ୍‌ ପେଣ୍ଟ୍‌ସର ‘ନିଓ ଭାରତ ଲାଟେକ୍ସ ପେଣ୍ଟ୍‌’

ମୁମ୍ବାଇ: ଏସିଆନ ପେଣ୍ଟ୍‌ସ ପକ୍ଷରୁ ନିଓ ଭାରତ ଲାଟେକ୍ସ ପେଣ୍ଟ୍‌ ଉନ୍ମୋଚନ କରାଯାଇଛି। ଏଥିରେ ରହିଛି ସ୍ବତନ୍ତ୍ର ପଲିମର ପ୍ରଯୁକ୍ତି ଯାହା ଉତ୍କୃଷ୍ଟ ଫିନିସ୍ ପ୍ରଦାନ କରୁଥିବା ବେଳେ ତାହାକୁ ସଫା କରିବା ମଧ୍ୟ ବେଶ୍‌ ସହଜ। ଏହା ୧୦୦୦ରୁ ଅଧିକ ସେଡ୍‌ରେ ଗ୍ରାହକମାନଙ୍କ ଲାଗି ଉପଲବ୍ଧ ହୋଇଛି। ନୂଆ ପେଣ୍ଟ୍‌କୁ ନେଇ କମ୍ପାନି ପକ୍ଷରୁ ‘ହର୍‌ ଘର୍‌ ଖେଲେଗା, ହର୍‌ ଘର୍‌ ଖିଲେଗା’ ଅଭିଯାନ ପ୍ରସ୍ତୁତ କରାଯାଇଛି। ଏଥିରେ କମ୍ପାନିର ବ୍ରାଣ୍ଡ୍‌ ଆମ୍ବାସାଡର ତଥା କ୍ରିକେଟ ତାରକା ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। ଗ୍ରାହକମାନଙ୍କ ଲାଗି ଉନ୍ନତ ଘର ସୃଷ୍ଟି କରିବାକୁ ଏସିଆନ୍‌ ପେଣ୍ଟ୍‌ସ ଉଦ୍ୟମ କରୁଥିବା ବେଳେ କୋହଲି ନିଜ ଭିତରେ ଉନ୍ନତି ଆଣିବା ଲାଗି ସବୁବେଳେ ପ୍ରୟାସ କରିଥାନ୍ତି। ସେଥିପାଇଁ ତାଙ୍କୁ ଏହି ଅଭିଯାନରେ ସାମିଲ କରଯାଇଛି।

ଏ ସମ୍ପର୍କରେ କମ୍ପାନିର ଏମ୍‌ଡି ଓ ସିଇଓ ଅମିତ ସିଙ୍ଗଲି କହିଛନ୍ତି ଯେ ଆମର ନିଓ ଭାରତ ଲାଟେକ୍ସ ପେଣ୍ଟ୍‌ ହେଉଛି ବର୍ତ୍ତମାନ ସୁଦ୍ଧା ସବୁଠୁ ଉଲ୍ଲେଖନୀୟ ଉନ୍ମୋଚନ। ଏହା ଜରିଆରେ ଆମେ ଏକ ସମ୍ପୂର୍ଣ୍ଣ ନୂଆ ବର୍ଗ ଆରମ୍ଭ କରିଛୁ। ଗ୍ରାହକମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ବ୍ରାଣ୍ଡ୍‌ ଆମ୍ବାସାଡର ବିରାଟ କୋହଲି କହିଛନ୍ତି ଯେ ଏହି ସହଯୋଗିତାକୁ ନେଇ ମୁଁ ବହୁତ ଖୁସି। ଏସିଆନ ପେଣ୍ଟ୍‌ସ ମୋ ପାଇଁ ବ୍ରାଣ୍ଡ୍‌ଠାରୁ ବହୁତ ଅଧିକ।

ସମ୍ବନ୍ଧିତ ଖବର