ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଆସନ୍ତାକାଲି ବ୍ୟାଙ୍କ ମୁଖ୍ୟମାନଙ୍କ ସହ ବୈଠକ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିବେ। କରୋନା ସଙ୍କଟ ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ କିପରି ସୁଧାରିଯାଇପାରିବ, ସେ ବାବଦରେ ବୈଠକରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଖବର ଅନୁଯାୟୀ, ଋଣଗ୍ରହୀତାଙ୍କୁ ସୁଧ ହାରରେ ହ୍ରାସ ସହ ଋଣ କିସ୍ତି ପରିଶୋଧ ପାଇଁ ବ୍ୟାଙ୍କ ତରଫରୁ ଅଧିକ ସମୟ ଦେବା ପ୍ରସଙ୍ଗରେ ସମୀକ୍ଷା କରାଯିବ।

ମାର୍ଚ୍ଚ ୨୭ ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ରେପୋ ରେଟ୍ ରେ ୦.୭୫ ପ୍ରତିଶତ ହ୍ରାସ କରିଥିଲା | ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ମଧ୍ୟ ଋଣ କିସ୍ତି ପରିଶୋଧ ପାଇଁ ୩ ମାସ ଆଶ୍ବସ୍ତି ଦେବାକୁ ଘୋଷଣା କରିଥିଲା । ତେବେ ରିଜର୍ଭ ବ୍ୟାଙ୍କର ଘୋଷଣା ସମେତ ବ୍ୟାଙ୍କଗୁଡିକର ସ୍ଥିତି ବାବଦରେ ଅର୍ଥ ମନ୍ତ୍ରୀ ବ୍ୟାଙ୍କ ମୁଖ୍ୟଙ୍କ ସହ ଆଲୋଚନା କରିବେ | ଏଥିସହ କୋଭିଡ୍ -୧୯ ଜରୁରୀକାଳୀନ ଋଣ ସୁବିଧା ଅଧୀନରେ ଋଣ ଆବଣ୍ଟନର ମଧ୍ୟ ସମୀକ୍ଷା କରାଯିବ।

Image Source–dna

ଏଠାରେ ସୂଚନା ଥାଉ କି ଅର୍ଥମନ୍ତ୍ରୀ ଗୁରୁବାର ଦିନ କହିଥିଲେ ଯେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଘୋଷିତ ତିନିମାସ କିସ୍ତି ରିହାତି ଯୋଜନା ଅନୁଯାୟୀ ୩.୨ କୋଟି ଋଣଗ୍ରହୀତାଙ୍କୁ ଆଶ୍ବସ୍ତି ମିଳିଛି | ସୀତାରମଣ ଏହା ମଧ୍ୟ କହିଥିଲେ ଯେ ମାର୍ଚ୍ଚ-ଏପ୍ରିଲ ମାସରେ ସରକାରୀ ବ୍ୟାଙ୍କଗୁଡିକ ୫.୬୬ ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଛନ୍ତି। ଲକଡାଉନ୍ ଉଠାଯିବା ପରେ ଏହି ଋଣ ଅର୍ଥରାଶି ବଣ୍ଟନ କରାଯିବ, ଯାହା ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ |

ସମ୍ବନ୍ଧିତ ଖବର