ଉଦ୍ୟୋଗ ଜଗତ ସହ ନିର୍ମଳାଙ୍କ ଆଲୋଚନା

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରର ମୁକାବିଲା ବିଷୟରେ ଦେଶର ବିଶିଷ୍ଟ ଶିଳ୍ପ ଚାମ୍ବରଗୁଡ଼ିକ ସହ ଆଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ‌ସେ ଉଦ୍ୟୋଗ ଜଗତକୁ ଭରସା ଦେଇ କହିଛନ୍ତି ଯେ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକ ସହ ମିଶି କେନ୍ଦ୍ର ସରକାର କାର୍ଯ୍ୟ ଜାରି ରଖିବେ। କରୋନା ମହାମାରୀ ମୁକାବିଲା ଲାଗି ସେ ଉଦ୍ୟୋଗ ଜଗତ ଠାରୁ ମତାମତ ଆହ୍ବାନ କରିଛନ୍ତି।

ଆଜି ଅର୍ଥମନ୍ତ୍ରୀ ଫୋନ୍ ଜରିଆରେ ବିଭିନ୍ନ ଶିଳ୍ପ ଚାମ୍ବରଗୁଡ଼ିକ ସହ କଥା ହୋଇଛନ୍ତି। ସେମାନଙ୍କ ଠାରୁ ମତାମତ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ସ୍ତରରେ କିଭଳି କୋଭିଡ୍‌ ମହାମାରୀର ମୁକାବିଲା କରୁଛନ୍ତି ତାହା ସେମାନଙ୍କୁ ଅବଗତ କରିଛନ୍ତି। ସେ ଟାଟା ଷ୍ଟିଲ୍‌ର ଏମ୍‌ଡି ଟି ଭି ନରେନ୍ଦ୍ରନ, ଏଲ୍‌ଆଣ୍ଡ୍‌ଟିର ଅଧ୍ୟକ୍ଷ ଏ ଏମ୍ ନାଏକ, ଟିସିଏସ୍‌ର ପରିଚାଳନା ନିର୍ଦେଶକ ରାଜେଶ ଗୋପୀନାଥନ, ମାରୁତି ସୁଜୁକିର ଅଧ୍ୟକ୍ଷ ଆର୍‌ ସି ଭାର୍ଗବ, ଟିଭିଏସ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ବେଣୁ ଶ୍ରୀନିବାସନ ଓ ହିରୋ ମୋଟୋକର୍ପର ପରିଚାଳନା ନିର୍ଦେଶକ ପୱନ ମୁଞ୍ଜାଲଙ୍କ ଭଳି ଉଦ୍ୟୋଗପତିଙ୍କ ସହ ସେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର