ଜେଟ୍‌ ଏୟାର୍‌ଓଏଜ୍‌ରେ ଅର୍ଥ ନିବେଶ କରିବା ପାଇଁ ସ୍ପଷ୍ଟ ମନା କରିଦେଲେ କାତାର ଏୟାର୍‌ଓଏଜ୍‌ର ସିଇଓ

ନୂଆଦିଲ୍ଳୀ: ୟୁନାଇଟେଡ୍ ଆରବ ଏମିରେଟସ୍  ସହ କାତାରର  ଶତ୍ରୁତା ରହିଥିବା ହେତୁ ଏକ ଭାରତୀୟ ବିମାନ କମ୍ପାନିକୁ ବିରାଟ କ୍ଷତି ସହିବାକୁ ପଡ଼ିପାରେ। କାତାର ଏୟାର୍‌ଓଏଜ୍‌ର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆକବର ଅଲ୍‌-ବାକେର ମଙ୍ଗଳବାର କହିଛନ୍ତି କି ତାଙ୍କ କମ୍ପାନି ଭାରତୀୟ କମ୍ପାନି ଜେଟ୍‌ ଏୟାର୍‌ଓଜ୍‌ରେ ଅର୍ଥ ନିବେଶ କରିବ ନାହିଁ। କାରଣ ଜେଟ୍‌ ଏୟାରଓଏଜରେ  ପୂର୍ବରୁ ଏତିହାଡ ଏୟାରଓଏଜ୍‌ ଅର୍ଥ ନିବେଶ କରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏତିହାଡ ଏୟାରଓଏଜ କାତାରର ଶତ୍ରୁ ରାଷ୍ଟ୍ର ଆରବ(ୟୁଏଇ)ର କମ୍ପାନି; ତେଣୁ କାତାର ଏୟାର୍‌ଓଏଜ୍‌ ଜେଟରେ ନିବେଶ କରିବ ନାହିଁ।

ଜେଟ୍‌ ଏୟାର୍‌ଓଏଜ୍‌ ଗତ କିଛି ଦିନ ହେବ ଅର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ କାତାର ଏୟାର୍‌ଓଏଜ୍‌ର ଏପରି ସ୍ପଷ୍ଟ ଭାବେ ମନା କରିଦେବା କମ୍ପାନିକୁ ଶକ୍ତ ଧକ୍କା ଲାଗିଛି।

ଅଲ୍‌-ବାକେର ମୁମ୍ବାଇଠାରେ ଆହୁରି କହିଛନ୍ତି କି, ‘ଯଦି ଏତିହାଡ ଏୟାରଓଏଜ ନିଜର ୨୪ ପ୍ରତିଶତ ଭାଗିଦାରୀ ବିକ୍ରି କରିଦେବ ତେବେ ଆମେ ନିଶ୍ଚିତ ଭାବେ ଜେଟ୍‌ ଏୟାରଓଏଜ୍ ସଂପର୍କରେ ଚିନ୍ତା କରିବୁ।’ ସେ ଆହୁରି ବି କହିଛନ୍ତି କି, ମୁଁ ଏକ ଏପରି ଏୟାର୍‌ଲାଇନ୍‌ର ଭାଗିଦାର କିପରି ହୋଇପାରିବି, ଯାହାର ମାଲିକ ଆମର ବିରୋଧୀ ?

ସମ୍ବନ୍ଧିତ ଖବର