ଟିସିଏସ, ଇନଫୋସିସ, ଓ୍ବିପ୍ରୋ ଦେବେ ୧ ଲକ୍ଷରୁ ଅଧିକ ଚାକିରି

ନୂଆଦିଲ୍ଲୀ : କରୋନା ମହାମାରୀ ମଧ୍ୟରେ ନିଯୁକ୍ତି ଆଶାୟୀଙ୍କ ପାଇଁ ଆଶାଜନକ ଖବର । ଚଳିତ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ଆଇଟି କମ୍ପାନି ଟିସିଏସ,ଇନଫୋସିସ, ଓ୍ବିପ୍ରୋ ପ୍ରାୟ ୧  ଲକ୍ଷରୁ ଅଧିକ ନିଯୁକ୍ତି ଦେବାର ସମ୍ଭାବନା ରହିଛି । ଏସବୁ କମ୍ପାନିମାନେ ୨୦୨୦ରେ ୩୧ ହଜାର ଓ ୨୦୨୧ରେ ପ୍ରାୟ ୧ ଲକ୍ଷ ୭୦ ହଜାର ନିଯୁକ୍ତି ଦେଇଥିଲେ ।

ଗତ ବୁଧବାରଦିନ ଦେଶର ୨ୟ ବୃହତ୍ତମ ଆଇଟି କମ୍ପାନି ଇନଫୋସିସ କହିଥିଲା ଯେ ୨୦୨୨ରେ ପ୍ରାୟ ୫୫ ହଜାର ଫ୍ରେସରଙ୍କୁ ନିଯୁକ୍ତି ଦିଆଯିବ । ନିଜର ୩ୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରିବା ଅବସରରେ କମ୍ପାନି ଏହି ଘୋଷଣା କରିଥିଲା । ଗତ ଡିସେମ୍ବର ସୁଦ୍ଧା କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ୯,୯୨,୦୬୭ ରେ ପହଞ୍ଚିଛି । ଓ୍ବିପ୍ରୋ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨) ରେ ମୋଟ ୧୭,୫୦୦ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଥିବାବେଳେ ନୂଆ ଆର୍ଥିକ ବର୍ଷ ୨୦୨୨-୨୩ରେ ୩୦ ହଜାର ନୂଆ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି । ସେହିପରି ଦେଶର ବୃହତ୍ତମ ଆଇଟି କମ୍ପାନି ଟିସିଏସ ମଧ୍ୟ ହଜାର ହଜାର ଫେସରଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି । ତେବେ କେତେ ସଂଖ୍ୟକ ନିଯୁକ୍ତି ଦିଆଯିବ ସେ ସମ୍ପର୍କରେ କମ୍ପାନି କୌଣସି ସୂଚନା ଦେଇନାହଁ ।

ମହାମାରୀ ଆସିବା ପରେ ଅନ୍ୟ ଶିଳ୍ପକ୍ଷେତ୍ରଗୁଡ଼ିକରେ ଅଭିବୃଦ୍ଧି କମିଥିବାବେଳେ ଆଇଟି କ୍ଷେତ୍ରରେ ଅବିବୃଦ୍ଧି ବଢିଛି । ଅଧିକ ଲୋକ ଡିଜିଟାଇଜେସନକୁ ଗ୍ରହଣ କରୁଥିବାରୁ ଏପରି ହେଉଛି ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର