ଏଣିକି ଏହି ୪୮ଟି ଟ୍ରେନ୍‌ରେ ଯାତ୍ରା କଲେ ଦେବାକୁ ପଡ଼ିବ ଅଧିକ ଚାର୍ଜ

ନୂଆଦିଲ୍ଲୀ:ନୂଆଦିଲ୍ଲୀ: ରେଳବାଇ ନଭେମ୍ବର ୧ ତାରିଖରୁ ୪୮ଟି ମେଲ ଓ ଏକ୍ସପ୍ରେସର ଟ୍ରେନ୍‌ର ସମୟସୀମାକୁ ପରିବର୍ତ୍ତନ କରିଛି। ଅର୍ଥାତ୍‌ ଅପଗ୍ରେଡ କରି ‘ସୁପରଫାଷ୍ଟ’ କରିଛି, ଯାହାକି ପୂର୍ବବେଗ ତୁଳନାରେ ଘଣ୍ଟାପ୍ରତି ୫କିଲୋମିଟର ଅଧିକ ବେଗରେ ଚାଲିବ। ତେବେ ଏହି ଅପଗ୍ରେଡ ପରେ ଟ୍ରେନ୍‌ ସୁନିଶ୍ଚିତ ସମୟରେ ପହଞ୍ଚିବ କି ନାହିଁ ତାହା ଏଯାବତ୍‌ ସ୍ପଷ୍ଟ ହୋଇ ନାହିଁ। ଶୀତଦିନେ ଅନେକ ଟ୍ରେନ୍‌ ବିଳମ୍ବରେ ଆସିଥିବା ସୂଚନା ମିଳିଛି। ବର୍ତ୍ତମାନସ୍ଥିତିରେ ରାଜଧାନୀ, ଦୂରନ୍ତ ଓ ଶତାଦ୍ଦୀ ଭଳି ଟ୍ରେନ୍‌ ନୟମିତ ଭାବେ ବିଳମ୍ବରେ ଆସିଥିବା ରିପୋର୍ଟ ପ୍ରକାଶ ପାଇଛି।

ରେଳବାଇ ସୂତ୍ରରୁ ପ୍ରକାଶ, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ୮୯୦ଟି ସୁପରଫାଷ୍ଟ ଟ୍ରେନ ବିଳମ୍ବରେ ପହଞ୍ଚିଥିଲା। ଅର୍ଥାତ୍‌ ଜୁଲାଇରେ ୧୨୯ଟି, ଅଗଷ୍ଟରେ ୧୪୫ଟି ଓ ସେପ୍ଟେମ୍ବରରେ ୧୮୩ଟି ଟ୍ରେନ୍‌ ଗୋଟିଏ କିମ୍ବା ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ରିପୋର୍ଟ ମିଳିଛି। ସେହିପରି ଜୁଲାଇରେ ୩୨୬ଟି ଟ୍ରେନ୍‌, ଅଗଷ୍ଟରେ ୨୮୭ଟି ଓ ସେପ୍ଟମ୍ବରରେ ୨୬୭ଟି ଟ୍ରେନ୍‌ ୧୫ କମ୍ବା ୩୦ ମିନିଟ ବିଳମ୍ବରେ ପହଞ୍ଚିଥିବା ଅଭିଯୋଗ ହୋଇଥିଲା ,ଯାହାକୁ ଭଲ ବେଞ୍ଚମାର୍କ ନଥିଲା।

ତେଣୁ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଶୀତଦିନ ପୂର୍ବରୁ ହିଁ ୪୮ଟି ମେଲ ଓ ଏକ୍ସପ୍ରେସର ଟ୍ରେନ୍‌ର ଗତିକୁ ବୃଦ୍ଧି କରିବା ସହିତ ସମୟ ସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ତେବେ ଏହି ସୁପରଫାଷ୍ଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସ୍ଲିପର ପାଇଁ ଅଧିକ ୩୦ଟଙ୍କା, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଏସି ପାଇଁ ୪୫ଟଙ୍କା ଓ ପ୍ରଥମ ଶ୍ରେଣୀ ଏସି ପାଇଁ ୭୫ଟଙ୍କା ପୈଠ କରିବାକୁ ପଡ଼ିବ। ୪୮ଟେନ୍‌କୁ ମିଶାଇଲେ ସର୍ବମୋଟ ୧,୦୭୨ ସୁପରଫାଷ୍ଟ ଟ୍ରେନ୍‌ ଚାଲିବ।

ନୂତନ ସୁପରଫାଷ୍ଟ ଟ୍ରେନ୍‌ରେ ସାମିଲ ହୋଇଥିବା କେତେଟି ଟ୍ରେନ୍‌ ମଧ୍ୟରେ ପୁଣେ-ଅମରାବତୀ ଏସି ଏକ୍ସପ୍ରେସ,ପାଟଲିପୁତ୍ର-ଚଣ୍ଡିଗଡ଼ ଏକ୍ସପ୍ରେସ, ବିଶାଖାପାଟନମ୍‌-ନାଦେଡ ଏକ୍ସପ୍ରେସ, ଦିଲ୍ଲୀ-ପଠାନକୋଟ ଏକ୍ସପ୍ରେସ, କାନପୁର-ଉଧମପୁର ଏକ୍ସପ୍ରେସ, ଛପରା-ମଥୁରା ଏକ୍ସପ୍ରେସ, ରକ୍‌ ଫୋର୍ଟ ଚେନ୍ନାଇ-ତିରୁଚିରାପଲ୍ଲି ଏକ୍ସପ୍ରେସ,ବେଙ୍ଗାଲୁରୁ-ଶିବମୋଗଗା ଏକ୍ସପ୍ରେସ,ଟାଟା-ବିଶାଖାପାଟନମ୍‌ ଏକ୍ସପ୍ରେସ, ଦରଭଙ୍ଗା-ଜାଲଧର ଏକ୍ସପ୍ରେସ, ମୁମ୍ବାଇ-ମଥୁରା ଏକ୍ସପ୍ରେସ ଓ ମୁମ୍ବାଇ-ପଟନା ଏକ୍ସପ୍ରେସ ରହିଛି।

ସମ୍ବନ୍ଧିତ ଖବର